ଓଡିଶା

odisha

ETV Bharat / state

ବାବୁଙ୍କ ବିଜେଡି ପ୍ରେମ ! ବିଜେପି ଟାର୍ଗେଟରେ କିଶୋନଗର BDO - ଅନୁଗୋଳ ଖବର

ବିଜେପି ଟାର୍ଗେଟରେ କିଶୋନଗର ବିଡିଓ । ବିଜ୍ଞାପନରେ ବିଜେଡିର ଶଙ୍ଖ ଚିହ୍ନ ଥିବା ଘଟଣାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲା ଦଳ । ଅଧିକ ପଢନ୍ତୁ

Kishornagar BDO
Kishornagar BDO

By

Published : Mar 9, 2023, 10:14 PM IST

ବିଜେପି ଟାର୍ଗେଟରେ କିଶୋନଗର BDO, ଜିଲ୍ଲାପାଳଙ୍କ ନିକଟରେ ହେଲେ ଫେରାଦ

ଅନୁଗୋଳ:ଖବରକାଗଜରେ ବାହାରିଥିବା ବିଜ୍ଞାପନକୁ ନେଇ ଅନୁଗୋଳରେ ଚର୍ଚ୍ଚା । ଜିଲ୍ଲାର କିଶୋର ନଗର ବ୍ଳକ ବିଡିଓ ଖବର କାଗଜରେ ଦେଇଥିବା ବିଜ୍ଞାପନରେ ବିଜେଡିର ଶଙ୍ଖ ଚିହ୍ନ ଥାଇ ବିଜ୍ଞାପନ ଛପା ଯିବାକୁ ନେଇ ଆଜି ଅନୁଗୋଳ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ସରକାରୀ ଅଧିକାରୀ ଦଳୀୟ ଚିହ୍ନ ଥାଇ କିଭଳି ବିଜ୍ଞାପନ ଛପାଇଲେ ତାକୁ ନେଇ ବିଜେପି ପ୍ରଶ୍ନ କରିଛି । ବିଡିଓଙ୍କ ବିରୋଧରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଗଲେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛି ।

ଜିଲ୍ଲାର କିଶୋରନଗର ବ୍ଲକ ବିଡ଼ିଓଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲା ବିଜେପି । ବିଡିଓ ଗତ ୫ ତାରିଖରେ ଏକ ଦୈନିକ ଖବରକାଗଜରେ ବିଜେଡିର ଦଳୀୟ ଶଙ୍ଖ ଚିହ୍ନରେ ନିଜ ଫଟୋ ଓ ନାମ ଲେଖି ବିଜ୍ଞାପନ ଦେଇଥିବା ନେଇ ଅଭିଯୋଗ ଆଣିଛି ବିଜେପି । ଏନେଇ ଆଜି ଜିଲ୍ଲା ବିଜେପି ସଭାପତି ଡିଲେଶ୍ବର ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । କିଶୋରନଗର ବିଡିଓ ଜଣେ ସରକାରୀ ଅଧିକାରୀ ହୋଇଥିଲେ ମଧ୍ୟ କିଭଳି ଏକ ରାଜନୈତିକ ଦଳର ପ୍ରଚାର କଲେ ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ବିଜେପି ।

ଏହା ବି ପଢନ୍ତୁ- ସରିଲା ମାଲ୍ୟଗିରି ମହୋତ୍ସବ, ଯୋଡ଼ି ହେଲା ସଂସ୍କୃତିର ନୂଆ ଫର୍ଦ୍ଦ

ଏଥିସହ କିଶୋର ନଗର ଥାନାରେ ବିଡିଓଙ୍କ ବିରୁଦ୍ଧରେ ଏତେଲା ଦେବାକୁ ନିଷ୍ପତ୍ତି ନେଇଛି ବିଜେପି । ଖାଲି ସେତିକି ନୁହେଁ ଏଠି ସରକାରୀ ଅଧିକାରୀ ଶାସକ ଦଳର ଏଜେଣ୍ଟ ହେଇ କାମ କରୁଛନ୍ତି । ଯାହାକୁ ନେଇ ବିଜେପି ପ୍ରଶ୍ନ କରିଛି । ଯେଉଁଭଳି ଜଣେ ବରିଷ୍ଠ ଅଧିକାରୀ ଏଭଲି କରିପାରୁଛନ୍ତି ତେବେ ଅଧନସ୍ତ କର୍ମଚାରୀମାନେ କିଭଳି ଶାସକ ଦଳ ପାଇଁ କାର୍ଯ୍ୟ କରୁଛନ୍ତି ତାକୁ ନେଇ ବିଜେପି ଆଗମୀ ଦିନରେ ସ୍ଵର ଉଠାଇବ ବୋଲି କହିଛି । ଏହାସହ ଯଦି ଜିଲ୍ଲାପାଳ ଏନେଇ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ତେବେ ଏହି ଘଟଣା ନେଇ ଜିଲ୍ଲା ବିଜେପି ସଭାପତି ଡିଲେଶ୍ବର ପ୍ରଧାନ କହିଛନ୍ତି, "ଗତ ୫ ତାରିଖରେ ବିଜୁ ଜନତା ଦଳ ପଞ୍ଚାୟତିରାଜ ଦିବସ ପାଳନ କରୁଥିବା ବେଳେ ଆମେ ତାକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରିଥିଲୁ । କିଶୋରନଗର ବିଡିଓ ବିଜେଡିର ଶଙ୍ଖ ଚିହ୍ନ ସହିତ ଶୁଭେଚ୍ଛା ବାର୍ତ୍ତାର ବିଜ୍ଞାପନ ଖବର କାଗଜରେ ଦେଇଛନ୍ତି । ତାହାର ଏକ କପି ଆମେ ଆଜି ଜିଲ୍ଲାପାଳଙ୍କୁ ଦେଇଛୁ । ଯଦି ବିଡିଓ ଏପରି କରିବାକୁ ଇଚ୍ଛୁକ, ତେବେ ଚାକିରୀରୁ ଅବ୍ୟାହତି ନେଇ ବିଜୁ ଜନତା ଦଳର ବ୍ଲକ କାର୍ଯ୍ୟାଳୟ ସଭାପତି ଭାବେ କାମ କରନ୍ତୁ ।"

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details