ଓଡିଶା

odisha

ETV Bharat / state

ଅନୁଗୋଳରେ କୋରୋନା ମୁକାବିଲା ପାଇଁ ପ୍ରଶାସନ ତତ୍ପର

କୋରୋନା ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ଦୃଷ୍ଟିରେ ରଖି ଅନୁଗୋଳରେ ବ୍ୟାପକ ବନ୍ଦୋବସ୍ତ ଆରମ୍ଭ । ଅଧିକ ପଢନ୍ତୁ....

ଅନୁଗୋଳରେ କୋରନା ମୁକାବିଲା ପାଇଁ ପ୍ରଶାସନ ତତ୍ପର
ଅନୁଗୋଳରେ କୋରନା ମୁକାବିଲା ପାଇଁ ପ୍ରଶାସନ ତତ୍ପର

By

Published : Apr 10, 2021, 10:06 PM IST

ଅନୁଗୋଳ: ଜିଲ୍ଲାରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ କିଛିଦିନ ହେଲା ଦୈନିକ ୩୦ ରୁ ୪୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହାକି ଜନସାଧାରଣ ସମେତ ସ୍ଥାନୀୟ ଲୋକଙ୍କ ଚିନ୍ତାର କାରଣ ପାଲଟିଛି ।

ଅନୁଗୋଳରେ କୋରନା ମୁକାବିଲା ପାଇଁ ପ୍ରଶାସନ ତତ୍ପର

ଗତ ୩ଦିନ ମଧ୍ୟରେ ଅନୁଗୋଳରେ କୋରୋନା ସଂକ୍ରମଣ ରେକର୍ଡ ଭାଙ୍ଗି ୧୦୦ ଟପିଯାଇଛି । ଗତ ୭ ତାରିଖରେ ୧୯ ଜଣ, ୮ ରେ ୩୩ ଜଣ ଓ ୯ରେ ୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ଟେଷ୍ଟିଂ ବୃଦ୍ଧି କରାଯାଇଛି । ସଂକ୍ରମଣକୁ ରୋକିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ ମାସ୍କ ଚେକିଂ କଡାକଡ଼ି କରାଯିବା ସହ ଅମାନିଆଙ୍କୁ ସାବାଡ଼ କରାଯାଇ ଫାଇନ ଆଦାୟ କରାଯାଉଛି । ସେହିପରି ପ୍ରଶାସନ ତରଫରୁ ପ୍ରତ୍ୟେକ ଦିନ ଏକ ସ୍ୱତନ୍ତ୍ର ଟିମ ଦୋକାନରେ ବୁଲି ବୁଲି ଚଢ଼ାଉ କରୁଛି । ବଜାର, ହାଟ ଓ ଅନ୍ୟାନ୍ୟ ଜନଗହଳି ସ୍ଥାନରେ ବାଧ୍ୟତାମୂଳକ ଭାବେ କୋଭିଡ଼ ପରୀକ୍ଷା କରାଯାଉଛି ।

ତେବେ ସବୁ ଉପଖଣ୍ଡର ଉପଜିଲ୍ଲାପାଳ ଏବଂ ବିଡ଼ିଓଙ୍କ ତତ୍ୱବାଧାନରେ ଯାଞ୍ଚ ପ୍ରକ୍ରିୟା କଡାକଡି କରାଯିବା ସହ ଜିଲ୍ଲାରେ ଥିବା ସମସ୍ତ କାରଖାନା ଓ ଖଣିଗୁଡିକରେ କାମ କରୁଥିବା ଶ୍ରମିକ ଓ କର୍ମଚାରୀଙ୍କ ରିପୋର୍ଟ ସଂଗ୍ରହ କରାଯାଉଛି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ପ୍ରଶାସନ ବ୍ୟାପକ ପ୍ରୟାସ କରୁଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details