ଓଡିଶା

odisha

ପୌର ଫାଇଟ: ପାର୍ଥୀଙ୍କୁ ଆଚରଣବିଧି ପାଠ ପଢାଇଲା ପ୍ରଶାସନ

By

Published : Mar 15, 2022, 9:40 PM IST

ମଙ୍ଗଳବାର ଅନୁଗୋଳରେ ପୋୖର ନିର୍ବାଚନ ପାଇଁ ପ୍ରାର୍ଥୀ ମାନଙ୍କୁ ନିର୍ବାଚନ ଆଚରଣ ବିଧି ପାଠ ପଢ଼ାଇଲା ପ୍ରଶାସନ । ଅଧିକ ପଢ଼ନ୍ତୁ

ପୌର ଫାଇଟ: ଅନୁଗୋଳରେ ପାର୍ଥୀଙ୍କୁ ଆଚରଣବିଧି ପାଠ ପଢ଼ାଇଲା ପ୍ରଶାସନ
ପୌର ଫାଇଟ: ଅନୁଗୋଳରେ ପାର୍ଥୀଙ୍କୁ ଆଚରଣବିଧି ପାଠ ପଢ଼ାଇଲା ପ୍ରଶାସନ

ଅନୁଗୋଳ: ମଙ୍ଗଳବାର ଅନୁଗୋଳରେ ପୋୖର ନିର୍ବାଚନ ପାଇଁ ପ୍ରାର୍ଥୀ ମାନଙ୍କୁ ନିର୍ବାଚନ ଆଚରଣବିଧି ପାଠ ପଢ଼ାଇଲା ପ୍ରଶାସନ । ଜିଲ୍ଲାର ସମସ୍ତ ପୌରାଞ୍ଚଳର ପ୍ରାର୍ଥୀ ଏବଂ ପ୍ରଶାସନ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ବିଶେଷ କରି ପ୍ରାର୍ଥୀ ମାନଙ୍କୁ ନିର୍ବାଚନ ଆଚରଣବିଧି ସମ୍ପର୍କରେ ଆଲୋଚନା ହୋଇଥିଲା ।

ପୌର ଫାଇଟ: ଅନୁଗୋଳରେ ପାର୍ଥୀଙ୍କୁ ଆଚରଣବିଧି ପାଠ ପଢ଼ାଇଲା ପ୍ରଶାସନ

ପ୍ରାର୍ଥୀମାନେ କିଭଳି ନିର୍ବାଚନ ନିୟମ ଅନୁସାରେ ପ୍ରଚାର କରିବେ, କେଉଁ କେଉଁ ସ୍ଥାନରେ ପୋଷ୍ଟର ବ୍ୟାନର ଲଗାଇବେ ଏବଂ ଭୋଟର ମାନଙ୍କୁ କୌଣସି ପ୍ରକାର ବାଧ୍ୟ କରି ପାରିବେ ନାହିଁ ସେନେଇ ସଚେତନ କରାଯାଇଥିଲା । ଏହାଛଡ଼ା ଜଣେ କାଉନସିଲର ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ୫୦ହଜାର ଟଙ୍କା ଖର୍ଚ୍ଚ ଧାର୍ଯ୍ୟ କରାଯାଇଛି । ସେହିଭଳି ଚେୟାରମ୍ୟାନ ପ୍ରାର୍ଥୀଙ୍କ ଖର୍ଚ୍ଚ ଦୁଇ ଲକ୍ଷ ଟଙ୍କା ନିର୍ଦ୍ଧାରଣ କରାଯାଇଥିବା ନେଇ ପ୍ରାର୍ଥୀଙ୍କୁ ଅବଗତ କରା ଯାଇଥିଲା ।

କାଉନସିଲର ପ୍ରାର୍ଥୀମାନେ ପ୍ରତ୍ୟକ ଦୁଇଟି ଏବଂ ଚେୟାରମାନ ପ୍ରାର୍ଥୀ ପ୍ରତ୍ୟକ ଚାରିଟି ଲେଖାଏଁ ପ୍ରଚାର ଗାଡି ବ୍ୟବହାର କରି ପାରିବେ । ଏହି ବୈଠକରେ ଉପଜିଲ୍ଲାପାଳମାନଙ୍କ ସହ ନିର୍ବାହୀ ଅଧିକାରୀମାନେ ଯୋଗ ଦେଇଥିଲେ । ସରକାରଙ୍କ ଦ୍ୱାରା ନିର୍ବାଚନ ପାଇଁ ନିଯୁକ୍ତି ଦିଆଯାଇଥିବା ପର୍ଯ୍ୟବେକ୍ଷକ ମାନେ ସମସ୍ତ ବିସ୍ତୃତ ସୂଚନା ଦେଇଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details