ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟରେ ଥମୁନି ହାତୀ ମୃତ୍ୟୁ । ଆଜି ପୁଣି ଆଉ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ଅଭୟାରଣ୍ୟର ପମ୍ପାସର ରେଞ୍ଜ ଅଧିନସ୍ଥ ନୂଆପଡା ଗାଁ ନିକଟରେ ହାତୀଟି ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ଗତ କିଛି ଦିନ ହେବ ହାତୀଟି ଗାଁ ପାଖାପାଖି ବୁଲୁଥିଲା। ଆଜି ହଠାତ ହାତୀର ମୃତ୍ୟୁ ହୋଇଛି ।
ସଙ୍କଟରେ ଗଜରାଜ, ସାତକୋଶିଆରେ ଆଉ ଏକ ହାତୀର ମୃତ୍ୟୁ - ସାତକୋଶିଆରେ ଥମୁନି ହାତୀ ମୃତ୍ୟୁ
ସାତକୋଶିଆ ଅଭୟାରଣ୍ୟରେ ଥମୁନି ହାତୀ ମୃତ୍ୟୁ । ଆଜି ପୁଣି ଆଉ ଏକ ମାଈ ହାତୀର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ
ସାତକୋଶିଆରେ ଥମୁନି ହାତୀ ମୃତ୍ୟୁ, ଆଉ ଏକ ମାଇ ହାତୀର ଗଲା ଜୀବନ
ସଙ୍କଟରେ ଗଜରାଜ, ସାତକୋଶିଆରେ ଆଉ ଏକ ହାତୀର ମୃତ୍ୟୁ
ଗତ ତିନିଦିନ ତଳେ ମଧ୍ୟ ଅଭୟାରଣ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଛୁଆ ହାତୀର ମୃତ୍ୟୁ ହୋଇଥିଲା । ତେବେ ଲଗାତାର ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଥିବା ବେଳେ ଅଭୟାରଣ୍ୟରେ ହାତୀଙ୍କ ପ୍ରତି ବିପଦ ରହିଥିବା କୁହାଯାଉଛି । ତେବେ କେଉଁ କାରଣରୁ ହାତୀଟିର ମୃତ୍ୟୁ ଘଟିଲା ସେନେଇ ବନଖଣ୍ଡ ଅଧିକାରୀ ଓ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Last Updated : Jun 30, 2022, 2:33 PM IST