ଓଡିଶା

odisha

ETV Bharat / state

ଚେତିଲା ପୌରପାଳିକା, ହଟିଲା ବେଆଇନ ହୋଡିଂ - ଟ୍ରାଫିକ ସମସ୍ୟା

ବେଆଇନ ହୋଡିଂକୁ ଉଚ୍ଛେଦ କରିଛି ପୌର ପ୍ରଶାସନ । ସହର ସାରା ବହୁ ସଂଖ୍ୟାରେ ବିଭିନ୍ନ ଅନୁଷ୍ଠାନଙ୍କ ଦ୍ବାରା ହୋଡିଂ ଲଗାଯାଇଥିଲା। ଫଳରେ ପୌରପାଳିକାର ଲକ୍ଷାଧିକ ଟଙ୍କା ରାଜସ୍ବ ହାନି ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା । ଅଧିକ ପଢନ୍ତୁ...

ଚେତିଲା ପୌରପାଳିକା: ହଟାଇଲା ବେଆଇନ ହୋଡିଂ
ଚେତିଲା ପୌରପାଳିକା: ହଟାଇଲା ବେଆଇନ ହୋଡିଂ

By

Published : Dec 16, 2019, 10:55 AM IST

ଅନୁଗୋଳ: ସହରରେ ବଢୁଛି ବେଆଇନ ହୋଡିଂ। ଯାହା ପାଇଁ ବଢୁଛି ଟ୍ରାଫିକ ସମସ୍ୟା। ଦୀର୍ଘ ଦିନ ପରେ ଚେତା ପଶିଛି ପ୍ରଶାସନର। ହଟା ଯାଇଛି ହୋଡିଂ ।

ଚେତିଲା ପୌରପାଳିକା: ହଟାଇଲା ବେଆଇନ ହୋଡିଂ

ଅନୁଗୋଳ ପୌରପାଳିକାର ବେଆଇନ ହୋଡିଂ। ଯେଉଁ ବେଆଇନ ହୋଡିଂକୁ ଉଚ୍ଛେଦ କରିଛି ପୌର ପ୍ରଶାସନ । ସହର ସାରା ବହୁ ସଂଖ୍ୟାରେ ବିଭିନ୍ନ ଅନୁଷ୍ଠାନଙ୍କ ଦ୍ବାରା ହୋଡିଂ ଲଗାଯାଇଥିଲା। ଫଳରେ ପୌରପାଳିକାର ଲକ୍ଷାଧିକ ଟଙ୍କା ରାଜସ୍ବ ହାନୀ ହେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା । ଯାହାର କି ଉଚ୍ଛେଦ କରିଛି ପୌରପାଳିକାର। ନିଜେ ନିର୍ବାହୀ ଅଧିକାରୀ ଅନ୍ୟ କର୍ମଚାରୀଙ୍କୁ ନେଇ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ବେଆଇନ ହୋଡିଂକୁ ଉଚ୍ଛେଦ କରି ଦେଇଛନ୍ତି।

ମ୍ୟୁନିସପାଲଟି ଅଞ୍ଚଳରେ 45ଟି ଜାଗାରେ 54ଟି ହୋଡିଂ ଲଗାଯିବାକୁ ଚଳିତବର୍ଷ ଅନୁମତି ଦିଆଯାଇଛି। ଏକ ଘରୋଇ ସଂସ୍ଥା ଉପଯୁକ୍ତ ମୂଲ୍ୟ ଦେଇ ଅନୁମତି ପାଇଛି । କିନ୍ତୁ ଶହ ଶହ ବେଆଇନ ହୋଡିଂ ସହର ସାରା ଲଗାଯାଇଥିବା ନଜରକୁ ଆସିବା ପରେ ଏଭଳି ପଦକ୍ଷେପ ନିଆଯାଇଛି। ଏହାଦ୍ବାରା ମ୍ୟୁନିସପାଲଟିର ରାଜସ୍ବ ବଢିବା ସହ ହୋଡିଂ ଯୋଗୁଁ ଯେଉଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିଲା ତାହା ଦୂର ହୋଇ ପାରିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି।

ତେବେ ଦେଖିବାର କଥା ପୌରପାଳିକା ହୋଡ଼ିଂ ହଟାଇବା ପରେ ପୁଣି ଯଦି ବେଆଇନ ହୋଡ଼ିଂ ଲାଗେ ତେବେ କଣ ପଦକ୍ଷେପ ନିଆଯାଉଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details