ଅନୁଗୋଳ:ପର ହୋଇ ଗଲେ ଆପଣାର, ଦେଖାଇଲେ ମାନବିକତା । ଜଣେ ଅବସରପ୍ରାପ୍ତ ଏଏନଏମ ଦିଦି ଙ୍କ ମୃତ୍ୟୁ ହେବାପରେ ପାଖରେ ନଥିଲେ ତାଙ୍କ ପରିବାର ଲୋକେ । ଶବ ସତ୍କାର କଲେ ପାଖ ପଡୋଶୀ ଓ କ୍ଲବ ପିଲା । ଏଭଳି ମାନବ ପଣିଆର କଥା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ରେଙ୍ଗାଲୀ ଅଞ୍ଚଳରେ । ଦୀର୍ଘ ଦିନ ହେବ ବାସନ୍ତୀ ଦେଇ ନାମକ ଜଣେ ମହିଳା ପୁରୀରୁ ଆସି ରେଙ୍ଗାଲୀ ଅଞ୍ଚଳରେ ରହୁଥିଲେ ।
ମରିନି ମାନବିକତା, ଏଏନଏମ ଦିଦିଙ୍କ ଅନ୍ତିମ ସଂସ୍କାର କଲେ ଅଞ୍ଚଳବାସୀ - ଏଏନଏମ ଦିଦିଙ୍କ ଅନ୍ତିମ ସଂସ୍କାର କଲେ ଅଞ୍ଚଳବାସୀ
ମରିନି ମାନବିକତା । ଲକ ଡାଉନ ପାଇଁ ଆସିପାରିଲେନି ପରିବାର ଲୋକେ। ଏଏନଏମ ଦିଦିଙ୍କ ଅନ୍ତିମ ସଂସ୍କାର କଲେ ଅଞ୍ଚଳବାସୀ । ଅଧିକ ପଢନ୍ତୁ....

ମରିନି ମାନବିକତା , ଏଏନଏମ ଦିଦିଙ୍କ ଅନ୍ତିମ ସଂସ୍କାର କଲେ ଅଞ୍ଚଳବାସୀ
ମରିନି ମାନବିକତା , ଏଏନଏମ ଦିଦିଙ୍କ ଅନ୍ତିମ ସଂସ୍କାର କଲେ ଅଞ୍ଚଳବାସୀ
ହେଲେ, ଶନିବାର ତାଙ୍କର ମୃତ୍ୟୁ ହେବା ପରେ ପରିବାରକୁ ଖବର ଦିଆ ଯାଇଥିଲା । କିନ୍ତୁ ବର୍ତ୍ତମାନ ଲକ ଡାଉନ ଯୋଗୁ ପରିବାରର କେହି ଆସି ପାରି ନଥିଲେ। ଫଳରେ ସ୍ଥାନୀୟ ଲୋକେ ଓ ସ୍ବେଚ୍ଛାସେବୀ ବାସନ୍ତୀଙ୍କ ଅନ୍ତିମ ସଂସ୍କାର କରିଛନ୍ତି । ବାସନ୍ତୀ ପ୍ରଥମେ କଣିହାଁ ଡାକ୍ତରଖାନାରେ ସ୍ବାସ୍ଥ୍ୟ କର୍ମୀ ଭାବେ କାମ କରୁଥିଲେ। ଏହାପରେ ରେଙ୍ଗାଲି ଡାକ୍ତରଖାନାରେ ଦୀର୍ଘ ବର୍ଷ କାମ କରିବା ପରେ ସେ ଅବସର ନେଇଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ