ଅନୁଗୋଳ: ରକ୍ଷଣାବେକ୍ଷଣ ଅଭାବରୁ ସହରରେ ଥିବା ଇକୋ ପାର୍କ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । ୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ପାର୍କ ଜଙ୍ଗଲରେ ପରିଣତ ହୋଇଛି । କୋରୋନା କଟକଣା ଯୋଗୁଁ ମାସାଧିକ କାଳ ବନ୍ଦ ରହିଥିଲା । ଏବେ ଖୋଲାଯିବା ପରେ ପାର୍କଟି ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ ।
ପାର୍କ ଭିତରେ ଗଛପତ୍ର ଶୁଖି ଯାଇଛି । ପାଚେରୀ, ଘର ଓ ଅନ୍ୟାନ୍ୟ ଜିନିଷ ଭାଙ୍ଗିରୁଜି ଯାଇଛି । ଏକଦା ପାର୍କରେ ଲୋକଙ୍କ ଭିଡ ଲାଗୁଥିବାବେଳେ ଏବେ ଆଉ ପାର୍କକୁ ଯିବାକୁ ଲୋକେ ମନ ବଳାଉ ନାହାନ୍ତି । ଏଥି ପ୍ରତି ପୌର କର୍ତ୍ତୃପକ୍ଷଙ୍କ ନଜର ବି ପଡୁନି । ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆଢୁଆଳରେ ଅନୁଗୋଳ ସହରର ଏକ ମାତ୍ର ଇକୋ ପାର୍କ ।
ପାର୍କ ଚାରିପଟେ ଥିବା ପାଚେରୀ ଭୁଶୁଡ଼ି ପଡିଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ଚାରିଆଡ ଜଙ୍ଗଲରେ ପରିଣତ ହୋଇଛି । ପାଦ ଚଲା ରାସ୍ତା, ତିଆରି ବିଭିନ୍ନ ପଶୁପକ୍ଷୀଙ୍କ ମୂର୍ତ୍ତି ଭାଙ୍ଗି ରୁଜି ଗଲାଣି । ଏଠାରେ ଥିବା ଓପନ ଜିମ ଅକାମୀ ହୋଇ ପଡିଥିବା ବୋଟିଂ ପାଇଁ ଥିବା ବୋର୍ଟ ସବୁ ଭାଙ୍ଗି ଗଲାଣି । ମୋଟାମୋଟି ଭାବରେ କହିବାକୁ ଗଲେ ସ୍ବାସ୍ଥ୍ୟ ପାଉଁ ଭଲ ପରିବେଶ ସୃଷ୍ଟି କରୁଥିବା ଏହି ଇକୋ ପାର୍କର ଅବସ୍ଥା ଏକପ୍ରକାର ଖରାପ ହୋଇଛି । ତାଲାବନ୍ଦ ଖୋଲିବା ପରେ ସତେ ଯେମିତି ପାର୍କଟି ଶ୍ରୀହୀନ ହୋଇଯାଇଛି ।