ଓଡିଶା

odisha

ETV Bharat / state

ଅନୁଗୋଳ ମହୋତ୍ସବ, ଅବ୍ୟବସ୍ଥା ନେଇ ଅସନ୍ତୋଷ ଝାଡିଲେ ସାଂସଦ - ଅନୁଗୋଳ ମହୋତ୍ସବ

Angul Mahotsav: ଅନୁଗୋଳ ଜିଲ୍ଲା ମହୋତ୍ସବ ଗତକାଲି ଉଦଘାଟିତ ହୋଇଯାଇଛି । ପ୍ରଥମ ସନ୍ଧ୍ୟାକୁ ଦର୍ଶକ ମନ ଭରି ଉପଭୋଗ ଛନ୍ତି ଦର୍ଶକ । ଅଧିକ ପଢନ୍ତୁ

Angul zilla Mahotsav
ଅନୁଗୋଳ ମହୋତ୍ସବ

By ETV Bharat Odisha Team

Published : Jan 13, 2024, 12:14 PM IST

Updated : Jan 13, 2024, 1:32 PM IST

ଅନୁଗୋଳ ମହୋତ୍ସବ

ଅନୁଗୋଳ:ଆରମ୍ଭ ହୋଇଛି ଅନୁଗୋଳ ଜିଲ୍ଲା ମହୋତ୍ସବ । ଗତକାଲି(ଶୁକ୍ରବାର) ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ଅନୁଗୋଳ ବିଧାୟକ ଏହାର ଉଦଘାଟନ କରିଛନ୍ତି । ତେବେ ମହୋତ୍ସବର ପ୍ରଥମ ସନ୍ଧ୍ୟାକୁ ଦର୍ଶକ ମନ ଭରି ଉପଭୋଗ କରିଥିବା ବେଳେ ଆୟୋଜନରେ ହୋଇଥିବା ଅବ୍ୟବସ୍ଥାକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ ।

ମହୋତ୍ସବର ଉଦଘାଟନ ପୂର୍ବରୁ ସ୍ଥାନୀୟ ନୃତ୍ୟନିଳୟର କୁନି କୁନି କଳାକାରଙ୍କ ଓଡ଼ିଶୀ ନୃତ୍ୟ ସହ କଳିଙ୍ଗ କଳା ନିକେତନର ଦଶାବତାର ନୃତ୍ୟ ପରିବେଷଣ କରିଥିଲେ।ଏହା ପରେ ପରେ ଆରମ୍ଭ ହୋଇଥିଲା ମେଲୋଡି। ମିୟୁଜିକ ଟ୍ରାକରେ ନିଜ ନିଜ ଅନ୍ଦାଜରେ ସଙ୍ଗୀତ ପରିବେଷଣ କରିଥିଲେ ଗୌତମ ଗିରି ଓ ତପସ୍ୱନି । ତା ପରେ ଆରମ୍ଭ ହୋଇଥିଲା ଉଦ୍ଘାଟନୀ ସନ୍ଧ୍ୟା। ଏହି ଉଦଘାଟନ ଉତ୍ସବ ପରେ ପୁଣି ମେଲୋଡି କାର୍ଯ୍ୟକ୍ରମ ହୋଇଥିଲା । ମିୟୁଜିକ ଟ୍ରାକରେ ନିଜର ସଙ୍ଗୀତ ପରିବେଷଣ ର କମାଲ ଦେଖାଇଥିଲେ ୟୁଟ୍ୟୁବର ମୃନ୍ମୟ ରାପର କଳକି। ଯାହାର ମଜା ନେଇଥିଲେ ଅନୁଗୋଳ ଷ୍ଟାଡିୟମ ପଡ଼ିଆରେ ଉପସ୍ଥିତ ଦେଖଣାହାରୀ । ତେବେ ମହୋତ୍ସବ ମଞ୍ଚରେ କୌଣସି ଲୋକପ୍ରିୟ ନୃତ୍ୟ ଦଳଙ୍କ ନୃତ୍ୟ ଦେଖିବାକୁ ମିଳିନଥିବା ବେଳେ କେବଳ ସଙ୍ଗୀତ ପରିବେଷଣ ଦେଖିବାକୁ ମିଳିଥିଲା ।

ତେବେ ନାନା ଅବ୍ୟବସ୍ଥା ମଧ୍ୟରେ ଆୟୋଜିତ ହୋଇଥିବା ଉଦଘାଟନୀ ଉତ୍ସବ ବିଳମ୍ବରେ ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ କଳାକାରଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତ ଲୋକଙ୍କ ମନ ଜିଣି ଥିଲା । ଅନୁଗୋଳ ଜିଲ୍ଲାର କଳା ସଂସ୍କୃତିକୁ ନେଇ ପରିବେଷିତ ହୋଇଥିବା ନୃତ୍ୟ ଥିଲା ସବୁଠାରୁ ଆକର୍ଷଣୀୟ ହୋଇଥିଲା । ସେପଟେ ଆୟୋଜନର ପ୍ରଥମ ସନ୍ଧ୍ୟାରେ ବିଭିନ୍ନ ପ୍ରକାରର ଅବ୍ୟବସ୍ଥାରକୁ ଅସନ୍ତୋଷ ପ୍ରକାଶ କରିଥିଲେ ସାଂସଦ ।

ଏହା ମଧ୍ୟ ପଢନ୍ତୁ - ସରିଲା ସୁବର୍ଣ୍ଣପୁର ଲୋକ ମହୋତ୍ସବ, ଲୋକନୃତ୍ୟରେ ଝୁମିଲେ ଦର୍ଶକ

ଏନେଇ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ କହିଛନ୍ତି ଯେ, ୫ ସ୍ଥାନରୁ ମଶାଲ ଯାତ୍ରା ଆରମ୍ଭ ହୋଇ ଏଠାକୁ ଆସିଥିଲା ଏହାପରେ ଉଦଘାଟନ ହୋଇଥିଲା। କାର୍ଯ୍ୟକ୍ରମ ଆହୁରି ଥିଲା । ହେଲେ ଆଜି ଦର୍ଶକ କମ୍ ଆସିଥିବାରୁ କାର୍ଯ୍ୟକ୍ରମ ବିଳମ୍ବରେ ଆରମ୍ଭ ହେଲା । ଦର୍ଶନ ସୂଚନା ଠିକ୍ ଭାବରେ ପାଇ ନ ପାରି ଆସିପାରିଲେନି । କିନ୍ତୁ ଗତକାଲି ଠାରୁ ଠିକ୍ ସମୟରେ କାର୍ଯ୍ୟକ୍ରମ ହେବ। ଆଉ ଜିଲ୍ଲା ମହୋତ୍ସବ ସ୍ବଭାବିକ ଭଲ ହେବ । ସୂଚନା ଅଭାବରୁ କଳକାର ମଧ୍ୟ ଅଂଶଗ୍ରହଣ କରିପାରି ନାହାନ୍ତି ।

ଇଟିଭି ଭାରତ, ଅନୁଗୋଳ

Last Updated : Jan 13, 2024, 1:32 PM IST

ABOUT THE AUTHOR

...view details