ଓଡିଶା

odisha

ETV Bharat / state

9 ଦଫା ଦାବି ନେଇ ଗ୍ରାମବାସୀଙ୍କ ପ୍ରତିବାଦ - angul villagers protest

9 ଦଫା ଦାବିରେ SUCI କମ୍ୟୁନିଷ୍ଟ ଡାକରାରେ ପାଞ୍ଚରୁ ଅଧିକ ଗାଁ ଲୋକେ ନିଜ ପାଇଁ ମୌଳିକ ସୁବିଧା ପାଇଁ ଦାବି କରିବା ସହ ପ୍ରତିବାଦ କରିଛନ୍ତି ।

9 ଦଫା ଦାବି ନେଇ ଗ୍ରାମବାସୀଙ୍କ ପ୍ରତିବାଦ

By

Published : Sep 4, 2019, 12:40 PM IST

ଅନୁଗୋଳ: ଜିଲ୍ଲାର ଜଙ୍ଗଲ ଅଧ୍ୟୁଷିତ ଗାଁକୁ ଅଣଦେଖା କରୁଛନ୍ତି ସରକାର । ଜଙ୍ଗଲ କଟକଣା ଆଳରେ ଗାଁକୁ ରାସ୍ତାଟିଏ କରୁ ନଥିବାବେଳେ ଏବେ ନିୟମକୁ ଆଳ କରି ସରକାରୀ ସ୍କୁଲକୁ ବନ୍ଦ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

9 ଦଫା ଦାବିରେ SUCI କମ୍ୟୁନିଷ୍ଟ ଡାକରାରେ ପାଞ୍ଚରୁ ଅଧିକ ଗ୍ରାମବାସୀ ନିଜ ପାଇଁ ମୌଳିକ ସୁବିଧା ପାଇଁ ଦାବି କରିବା ସହ ପ୍ରତିବାଦ କରିଛନ୍ତି । ଏହି ପ୍ରତିବାଦରେ ଅନୁଗୋଳ ବ୍ଲକର ଉପାନ୍ତ ଅଞ୍ଚଳ କନ୍ଧ କୋଇଲି, ସିଟିକୋଇଲି, ମାଣିକ ଯୋଡି ଓ ବେତାର ଗାଁ ଲୋକେ ଯୋଗ ଦେଇଛନ୍ତି ।

ଏହାସହ ବେତାର ଗାଁରେ ଥିବା ଏକ ମାତ୍ର ସରକାରୀ ସ୍କୁଲକୁ ବନ୍ଦ କରାଯାଇଛି । ଏବେ ସେଠାକାର ପିଲେ କିଭଳି ପାଠ ପଢିବେ, ସେ ନେଇ ଜିଲ୍ଲା ପ୍ରଶାସନକୁ ପ୍ରଶ୍ନ କରିଛନ୍ତି ଆନ୍ଦୋଳନକାରୀ ।

9 ଦଫା ଦାବି ନେଇ ଗ୍ରାମବାସୀଙ୍କ ପ୍ରତିବାଦ

ଏନେଇ ଆନ୍ଦୋଳନକାରୀ ଏକ ପ୍ରତିବାଦ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ କରିଥିଲେ । ଏନେଇ ଏକ ଦାବି ପତ୍ର ମଧ୍ୟ ପ୍ରଶାସନକୁ ପ୍ରଦାନ କରିଛନ୍ତି ଗ୍ରାମବାସୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details