ଅନୁଗୋଳ: ଲୋକଙ୍କୁ ମିଳୁନି ସରକାରୀ ଯୋଜନାର ସୁଫଳ । ବାରମ୍ବାର ସରକାରୀ ଅଫିସ ଦୌଡ଼ି ଦୌଡି ନୟାନ୍ତ । ହେଲେ ବି କେହି ଶୁଣୁନାହାନ୍ତି । ଫଳରେ ଆବାସ ଯୋଜନାରୁ ବଞ୍ଚିତ ହେଉଛିନ୍ତି ଅନେକ ହିତାଧିକାରୀ । ଏଭଳି ଅଭିଯାଗ ଆସିଛି ଅନୁଗୋଳ ଜିଲ୍ଲାର ଅନୁଗୋଳ ବ୍ଲକ ପୋକତୁଙ୍ଗା ଗାଁରୁ ।
ଏ ହେଉଛନ୍ତି ପୁଷ୍ପାଞ୍ଜଳୀ ଦେହୁରୀ । ବିଗତ କିଛିଦିନ ତଳେ ହୋଇଥିବା ଲଗାଣ ବର୍ଷାରେ ତାଙ୍କ ଘରଟି ଭାଙ୍ଗି ଯାଇଛି । ତା ପରଠାରୁ ଏହି ଭଙ୍ଗା ଘରେ ବିପଦ ସଂକୁଳ ଅବସ୍ଥାରେ ରହୁଛନ୍ତି ସେ ଓ ତାଙ୍କ ପରିବାର । ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ପଞ୍ଚାୟତ ଅଫିସଠାରୁ ଆରମ୍ଭ କରି ବ୍ଲକ କଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ବି ତାଙ୍କୁ ଘର ଖଣ୍ଡେ ମିଳୁନି ।
ଲୋକଙ୍କୁ ପରିବାର ପିଛା ଏକରୁ ଅଧିକ ଘର ମିଳିଥିବା ବେଳେ ପୁଷ୍ପାଞ୍ଜଳୀଙ୍କୁ ଘରଟି ମିଳୁନାହିଁ । ଖାଲି ପୁଷ୍ପାଞ୍ଜଳି ନୁହଁନ୍ତି ଏହି ପଞ୍ଚାୟତର ଈଶ୍ବର, ଗୌରୀ ଓ ପାଣ୍ଡବଙ୍କ ଭଳି ଅନେକ ପରିବାର ଏହି ସରକାରୀ ଯୋଜନାରୁ ଘର ଖଣ୍ଡେ ପାଇବାରୁ ବଞ୍ଚିତ ହୋଇଛନ୍ତି ।