ଓଡିଶା

odisha

By

Published : Sep 7, 2022, 10:38 AM IST

ETV Bharat / state

ବନ୍ୟା ପରର କଷଣ: କମୁନି ବିପନ୍ନଙ୍କ ଦୁଃଖ, ଖୋଲା ଆକାଶ ତଳେ ବିତୁଛି ଜୀବନ

ଅନୁଗୋଳ ଜିଲ୍ଲାର ଟିକରପଡା ପଞ୍ଚାୟତରେ ହୋଇଥିବା ମହାନଦୀର ବନ୍ୟା ଯୋଗୁଁ ଲୋକଙ୍କର ଅନେକ କ୍ଷତି ହୋଇଛି । ଆସିଥିବା ବନ୍ୟାରେ ଘାଟ ସାହି ସମୂର୍ଣ୍ଣ ବୁଡି ଯାଇଥିବାରୁ ସେଠାରେ ରହୁଥିବା ମତ୍ସ୍ୟଜୀବୀ ପରିବାରଙ୍କ ଘରଦ୍ବାର ସବୁ ଭାଙ୍ଗି ଯାଇଛି । ଅଧିକ ପଢନ୍ତୁ

ବନ୍ୟା ପରର କଷଣ, ସୁଧୁରିନି ଵିପନ୍ନଙ୍କ ଦୁଃଖ
ବନ୍ୟା ପରର କଷଣ, ସୁଧୁରିନି ଵିପନ୍ନଙ୍କ ଦୁଃଖ

ଅନୁଗୋଳ: ଅନୁଗୋଳବାସୀଙ୍କ ଦୁଃଖ ବଢାଇଲା ବନ୍ୟା । କମି ଯାଇଛି ବନ୍ୟା ଅଞ୍ଚଳର ପାଣି ହେଲେ ବଢୁଛି ବିପନ୍ନଙ୍କ ଦୁର୍ଦ୍ଦଶା । ମହାନଦୀର ବନ୍ୟା ଭାଙ୍ଗି ଦେଇଛି ଲୋକଙ୍କ ମେରୁଦଣ୍ଡ । ବନ୍ୟା ସିନା ଛାଡି ଯାଇଛି କିନ୍ତୁ ସୁଧୁରିନି ଲୋକଙ୍କ ସ୍ଥିତି । ଏବେ ଭଙ୍ଗା ଘର ସଜାଡ଼ିବାକୁ କରୁଛନ୍ତି ଉଦ୍ୟମ ।

ସୂଚନା ଅନୁଯାୟୀ,ଅନୁଗୋଳ ଜିଲ୍ଲାର ଟିକରପଡା ପଞ୍ଚାୟତରେ ହୋଇଥିବା ମହାନଦୀର ବନ୍ୟା ଯୋଗୁଁ ଲୋକଙ୍କର ଅନେକ କ୍ଷତି ହୋଇଛି। ଆସିଥିବା ବନ୍ୟାରେ ଘାଟ ସାହି ସମୂର୍ଣ୍ଣ ବୁଡି ଯାଇଥିବାରୁ ସେଠାରେ ରହୁଥିବା ମତ୍ସ୍ୟଜୀବୀ ପରିବାରଙ୍କ ଘର ଦ୍ବାର ସବୁ ଭାଙ୍ଗି ଯାଇଛି । ବନ୍ୟା ସମୟରେ ଲୋକେ ସରକାରଙ୍କ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ଓ ପଞ୍ଚାୟତ ଅଫିସରେ ଆଶ୍ରୟ ନେଇଥିଲେ । ମାତ୍ର ବନ୍ୟା ଛାଡିବା ପରେ ସେଠାରୁ ସେ ମାନକୁ ଚାଲିଯିବାକୁ କୁହାଯାଇଥିବା ବେଳେ ଏଯାଏଁ ସେମାନଙ୍କ ଘର ସଜାଡି ହୋଇ ନଥିବା ଜଣାପଡିଛି ।

ବନ୍ୟା ପରର କଷଣ, ସୁଧୁରିନି ଵିପନ୍ନଙ୍କ ଦୁଃଖ

କାହାର ଘର ମାଟିରେ ମିଶିଛି ତ କାହାର ଭାସି ଯାଇଛି । ବାକି ଯାହାର ଯାହା ଅଛି ତାକୁ ଏଣେ ସଜାଡ଼ିବାରେ ଲାଗି ପଡିଛନ୍ତି । କିଏ ଘର ଉପରେ ମିଳିଥିବା ପଲିଥିନ ତଳେ ରାତି କାଟୁଛନ୍ତି ତ କିଏ ପୁଣି ଖୋଲା ଆକାଶ ତଳେ । ଲୋକଙ୍କ ଅଭିଯୋଗ ସେମାନଙ୍କ କଥା ବୁଝିବାକୁ କେହି ନାହିଁ । କେମିତି ଘର ଖଣ୍ଡେ ମିଳିଲେ ସେମାନେ ଚଳି ଯାଆନ୍ତେ ସେଇ ଚିନ୍ତାରେ । ସେପଟେ ପ୍ରଶାସନ ରିଲିଫ କୋଡ଼ ଅନୁସାରେ ଯାହାସବୁ ଯୋଗାଇବା କଥା ତାହା ଯୋଗାଇଛି । 80ରୁ ଅଧିକ ପରିବାରକୁ ସମସ୍ତ ସହାୟତା ଯୋଗାଇ ଦିଆଯାଇଛି ।

ଏହା ବି ପଢନ୍ତୁ-ନୂଆ ରୂପ ପାଇବ ଅଙ୍ଗାରବନ୍ଧ ମହିମା ଧାମ, ମିଳିଲା ଆର୍ଥିକ ଅନୁଦାନ

ତେବେ ଏନେଇ ବିପନ୍ନଙ୍କ କହିବା ଅନୁସାରେ, ବନ୍ୟା ଯୋଗଁ ଗାଁରେ ଅଣ୍ଟାଏ ଲେଖାଏଁ ବନ୍ୟାପାଣି ହୋଇଥିବା ବେଳେ ଘରଦ୍ବାର ମଧ୍ୟ ଭାଙ୍ଗି ଯାଇଥିଲା । ତେଣୁ ଗ୍ରାମବାସୀମାନେ ଯାଇ ଆଶ୍ରୟସ୍ଥଳୀରେ ରହିଥିଲେ । କିନ୍ତୁ ବର୍ତ୍ତମାନ ସେମାନଙ୍କୁ ସେଠାର ସ୍ଥାନ ଛାଡି ଯିବାକୁ କହୁଥିବା ବେଳେ ଗ୍ରାମବାସୀଙ୍କ ଘରଦ୍ବାର ନ ଥିବା ଯୋଗୁଁ ସେମାନେ କେଉଁଠାରେ ରହିବେ ଏନେଇ ଚିନ୍ତାରେ ଗ୍ରାମବାସୀ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details