ଓଡିଶା

odisha

ETV Bharat / state

ଅନୁଗୋଳ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଦାବି, ଶୋଭାଯାତ୍ରାରେ ଛାତ୍ର କଂଗ୍ରେସ - ଅନୁଗୋଳ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଦାବି

ଅନୁଗୋଳ ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ବ ବିଦ୍ୟାଳୟ ମାନ୍ୟତା ଦାବି କରି ଶତାଧିକ ଛାତ୍ର କଂଗ୍ରେସ କର୍ମୀଙ୍କ ଶୋଭାଯାତ୍ରା। ଅଧିକ ଖବର ପଢନ୍ତୁ...

congress
ଅନୁଗୋଳ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଦାବି, ଶୋଭାଯାତ୍ରାରେ ଛାତ୍ର କଂଗ୍ରେସ

By

Published : Feb 18, 2020, 12:14 PM IST

ଅନୁଗୋଳ: ଜିଲ୍ଲାର ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ବ ବିଦ୍ୟାଳୟ ମାନ୍ୟତା ଦାବି କଲା ଜିଲ୍ଲା ଛାତ୍ର କଂଗ୍ରେସ କମିଟି। ଏଥିପାଇଁ ଆଜି ଶତାଧିକ ଛାତ୍ର କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଛନ୍ତି। ଏହାସହ ସେଠାରେ କଂଗ୍ରେସ କର୍ମୀମାନେ ପ୍ରତିବାଦ ସଭା କରିଥିଲେ।

ଅନୁଗୋଳ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଦାବି, ଶୋଭାଯାତ୍ରାରେ ଛାତ୍ର କଂଗ୍ରେସ

ରାଜ୍ୟର ଉତ୍ତରାଞ୍ଚଳ, ଦକ୍ଷିଣାଞ୍ଚଳ, ଉପକୂଳ ଅଞ୍ଚଳରେ ବିଶ୍ବ ବିଦ୍ୟାଳୟ ଅଛି। କିନ୍ତୁ ଅନୁଗୋଳ ପରି ଏକ ଖଣି ଖଦାନ ଓ ଶିଳ୍ପ ବହୁଳ ଜିଲ୍ଲାରେ ବିଶ୍ବ ବିଦ୍ୟାଳୟ ନାହିଁ। ଏଠାରେ ବିଶ୍ବ ବିଦ୍ୟାଳୟ ହେଲେ ମଧ୍ୟ ଓଡ଼ିଶାରେ ମଧ୍ୟ ଶିକ୍ଷାର ବିକାଶ ହେବ ବୋଲି ଦାବି କରାଯାଇଛି। ଏହାପରେ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details