ଓଡିଶା

odisha

ETV Bharat / state

ପ୍ରକୃତିର କୋଳ ସାତକୋଶିଆ, ଯେତେ ଦେଖିଲେ ମନ ଭରେନା - covid 19

ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ । ପ୍ରକୃତି ଓ ପରିବେଶରେ ଭରା ପୁରା ଅଞ୍ଚଳ । ଏହାର ପୁରୁଣାକୋଟ ରେଞ୍ଜ ଅଞ୍ଚଳରେ ରହିଛି ଛୋଟକେଇ । ଚାରିଆଡେ ଘଞ୍ଚ ଜଙ୍ଗଲ । ସବୁଜିମାରେ ପରିପୂର୍ଣ୍ଣ ପାହାଡ଼ ପର୍ବତ । ବର୍ତ୍ତମାନ ଏଠାକୁ ଆସୁଥିବା ପର୍ଯ୍ୟଟକ ମଧ୍ୟ କଟକଣା ଭିତରେ ଉପଭୋଗ କରୁଛନ୍ତି । ଅଧିକ ଖବର ପଢନ୍ତୁ...

ପ୍ରକୃତିର କୋଳ ସାତକୋଶିଆ, ଯେତେ ଦେଖିଲେ ମନ ଭରେନା
ପ୍ରକୃତିର କୋଳ ସାତକୋଶିଆ, ଯେତେ ଦେଖିଲେ ମନ ଭରେନା

By

Published : Nov 8, 2020, 1:54 PM IST

ଅନୁଗୋଳ: ଦୀର୍ଘ ୮ ମାସ ପରେ ଖୋଲିଲା ପର୍ଯ୍ୟଟନସ୍ଥଳୀ । ତେଣୁ ସାତକୋଶିଆ ଏବେ ଚଳଚଞ୍ଚଳ । ଛୋଟକେଇ ନେଚର କ୍ୟାମ୍ପରେ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କ ଆଗମନ ହେଲାଣି । କ୍ୟାମ୍ପ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀ କୋରୋନା କଟକଣାକୁ ମାନି ସମସ୍ତ କାର୍ଯ୍ୟ ପରିଚାଳନା କରୁଥିବା ବେଳେ ଏଠାକୁ ଆସୁଥିବା ପର୍ଯ୍ୟଟକ ମଧ୍ୟ କଟକଣା ଭିତରେ ଉପଭୋଗ କରୁଛନ୍ତି ।

ପ୍ରକୃତିର କୋଳ ସାତକୋଶିଆ, ଯେତେ ଦେଖିଲେ ମନ ଭରେନା

ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ । ପ୍ରକୃତି ଓ ପରିବେଶରେ ଭରା ପୁରା ଅଞ୍ଚଳ । ଏହାର ପୁରୁଣାକୋଟ ରେଞ୍ଜ ଅଞ୍ଚଳ ରେ ରହିଛି ଛୋଟକେଇ। ଚାରିଆଡେ ଘଞ୍ଚ ଜଙ୍ଗଲ। ସବୁଜିମାରେ ପରିପୂର୍ଣ୍ଣ ପାହାଡ଼ ପର୍ବତ। ଏମିତି ଏକ ଛୋଟ ପାହାଡ଼ ଉପରେ ରହିଛି ନେଚର କ୍ୟାମ୍ପ। କ୍ୟାମ୍ପରେ ଅଛି ପ୍ରାୟ ୧୧ଟି ସୁ ସଜ୍ଜିତ ବାଉଁଶ ତିଆରି କୁଟୀର ଓ ଟେଣ୍ଟ ଆଉ ତା ଭିତରେ ସବୁ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ । ବାହାରେ ପର୍ଯ୍ୟଟକଙ୍କ ପାଇଁ ଖାଇବା ପିଇବାର ସୁ ବନ୍ଦୋବସ୍ତ ।

ଏଠାକୁ ଆସୁଥିବା ପର୍ଯ୍ୟଟକ ପ୍ରକୃତିକୁ ଅତି ନିକଟରୁ ଉପଭୋଗ କରିବାର ସୁଯୋଗ ପାଆନ୍ତି । ଜଙ୍ଗଲ ବୁଲା ସମୟରେ ବିଭିନ୍ନ ବନ୍ୟଜନ୍ତୁ ଦେଖିବାର ସୁଯୋଗ ରାତିର ଶୀତରେ କ୍ୟାମ୍ପ ଫାୟାର ମଜା ନେଇ ଥାନ୍ତି ପର୍ଯ୍ୟଟକ । କ୍ୟାମ୍ପରେ ନିଜ କୁଟୀର ବାହାରେ ବସି ପ୍ରକୃତିର ଅନୁପମ ସୌନ୍ଦର୍ଯ୍ୟ ଦେଖି ମୁଗ୍ଧ ହୋଇ ଯାଆନ୍ତି ପର୍ଯ୍ୟଟକ। ତେଣୁ ଏଠାକୁ ଥରେ ଆସିଲେ ପୁଣି ଥରେ ଆସିବାକୁ ଆଦୌ ଭୁଲନ୍ତି ନାହିଁ।

ଏହି କ୍ୟାମ୍ପର ଏକ ୧୩ ଜଣିଆ ଟିମ ପରିଚାଳନା ଦାୟିତ୍ୱରେ ଅଛନ୍ତି। ସେମାନଙ୍କୁ ବନ ବିଭାଗ ତରଫରୁ ସବୁ ପ୍ରକାର ତାଲିମ ଦିଆ ଯାଇଛି। ପର୍ଯ୍ୟଟକଙ୍କୁ ଖାଦ୍ୟ ପରିବେଷଣ କରିବା ଠାରୁ ଜଙ୍ଗଲ ଭ୍ରମଣ କରାଇବା ପର୍ଯ୍ୟନ୍ତ ସବୁକିଛି। ଚଳିତ ବର୍ଷ କରୋନା କଟକଣାକୁ କିଭଳି ମାନିବାକୁ ପଡିବ ଏବଂ କଣ କଣ ସୁରକ୍ଷା ପଦକ୍ଷେପ ଗ୍ରହଣ କରିବାକୁ ହେବ ସେହି ତାଲିମ ମଧ୍ୟ ଦିଆ ଯାଇଛି। ଫଳରେ ଆସୁଥିବା ପର୍ଯ୍ୟଟକଙ୍କୁ ପ୍ରଥମରୁ ହିଁ ଥର୍ମାଲ ସ୍କ୍ରିନିଂ କରି କୁଟୀର ଭିତରକୁ ଯିବାକୁ ଅନୁମତି ଦିଆଯାଉଛି।

ସାନିଟାଇଜର, ମାସ୍କ ଓ ସାମାଜିକ ଦୂରତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଏତେ କଟକଣା ଭିତରେ ମଧ୍ୟ ପର୍ଯ୍ୟଟକ ଆସୁଛନ୍ତି। ସାତକୋଶିଆର ଶୋଭା ଉପଭୋଗ କରୁଛନ୍ତି। ଅନ୍ୟ ପକ୍ଷରେ ଦୀର୍ଘ ୮ ମାସ ହେଲା ହାତ ବାନ୍ଧି ନିଜର ଜୀବିକା ହରାଇ ବସିଥିବା କର୍ମଚାରୀ ମାନେ ଏବେ ବେସ ଖୁସି। କାରଣ ପର୍ଯ୍ୟଟକ ଆସିଲେ ସେମାନଙ୍କ ରୋଜଗାର ବଢିବ। ପ୍ରତ୍ୟେକ ଦିନ ଏଠାରେ ଅଗ୍ରୀମ ବୁକିଙ୍ଗ କରୁଛନ୍ତି ବାହାର ରାଜ୍ୟର ପର୍ଯ୍ୟଟକ। ଆଗକୁ ଶୀତ ବଢିଲେ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ବଢିବାର ସମ୍ଭାବନା ରହିଛି । ପର୍ଯ୍ୟଟନସ୍ଥଳ ଖୋଲିବା ପରେ କେବଳ ଛୋଟକେଇ ନେଚର କ୍ୟାମ୍ପ କାହିଁକି ସାତକୋଶିଆ ଭିତରେ ଥିବା ଟିକରପଡ଼ା ନେଚର କ୍ୟାମ୍ପ, ବାଘମୁଣ୍ଡା ନେଚର କ୍ୟାମ୍ପ ସମେତ ସବୁ ଜାଗାରେ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details