ଓଡିଶା

odisha

ETV Bharat / state

ସିଏଏ ସମର୍ଥନରେ ଶୋଭାଯାତ୍ରା, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

ନାଗରିକ ଆଇନ (CAA)ସପକ୍ଷରେ ଅନୁଗୋଳରେ କେତେକ ସଂଗଠନ ଆଇନ ସମର୍ଥନରେ ଜିଲ୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶୋଭାଯାତ୍ରା କରିଛନ୍ତି। ଯେଉଁମାନେ ଏହି ଆଇନକୁ ନ ବୁଝି ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛନ୍ତି ସେମାନଙ୍କୁ ବରଦାସ୍ତ କରାଯିବ ନାହିଁ। ଅଧିକ ଖବର ପଢନ୍ତୁ...

angul-nagarika
ସିଏଏ ସମର୍ଥନରେ ଶୋଭାଯାତ୍ରା,ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

By

Published : Jan 6, 2020, 2:48 PM IST

ଅନୁଗୋଳ: ନାଗରିକ ଆଇନ ସମର୍ଥନରେ ଅନୁଗୋଳରେ ଶୋଭାଯାତ୍ରା। ଏପରିକି ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ନାଗରିକ ଆଇନ (CAA)ସପକ୍ଷରେ ଅନୁଗୋଳରେ କେତେକ ସଂଗଠନ ଆଇନ ସମର୍ଥନରେ ଜିଲ୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶୋଭାଯାତ୍ରା କରିଛନ୍ତି ।

ନାଗରିକ ମଞ୍ଚ ପକ୍ଷରୁ ବହୁ ସଂଖ୍ୟାର ଜନ ସାଧାରଣ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ହାତରେ ପ୍ଲା କାର୍ଡ ଧରି ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଏହି ଆଇନ ଦ୍ବାରା ଦେଶରେ ସ୍ଥିରତା ଆସିବ। ଯେଉଁମାନେ ପଡୋଶୀ ଦେଶରେ ନିର୍ଯାତନାର ଶିକାର ହେଉଛନ୍ତି ସେମାନଙ୍କ ପ୍ରତି ଏହି ଆଇନ ବରଦାନ ପାଲଟିବ।

ସିଏଏ ସମର୍ଥନରେ ଶୋଭାଯାତ୍ରା,ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

ତେବେ ଯେଉଁମାନେ ଏହି ଆଇନକୁ ନବୁଝି ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛନ୍ତି ସେମାନଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ଶୋଭାଯାତ୍ରାରେ ଯୋଗ ଦେଇଥିବା ବରିଷ୍ଠ ସଦସ୍ୟମାନେ ମତ ଦେଇଛନ୍ତି।

ଏହାପରେ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଅନୁଗୋଳ ସରସ୍ଵତୀ ଶିଶୁ ମନ୍ଦିର ନିକଟରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ,ଇଟିଭି ଭାରତ

ABOUT THE AUTHOR

...view details