ଓଡିଶା

odisha

ETV Bharat / state

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଅନୁଗୋଳ ଜିଲ୍ଲା ଲୋକ ପ୍ରତିନିଧି - ସରକାରୀ ଛାତ୍ରଛାତ୍ରୀଙ୍କ ନବୀନଙ୍କ ଭେଟ୍ଟି

ସରକାରୀ ସ୍କୁଲରେ ପାଠ ପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ କ୍ୟାବିନେଟ ନେଇଥିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଅନୁଗୋଳ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ। ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଅନୁଗୋଳ ଜିଲ୍ଲା ଲୋକ ପ୍ରତିନିଧି
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଅନୁଗୋଳ ଜିଲ୍ଲା ଲୋକ ପ୍ରତିନିଧି

By

Published : Dec 30, 2020, 11:00 AM IST

ଅନୁଗୋଳ: ମୁଖ୍ୟମନ୍ତ୍ରୀ ନବୀନଙ୍କୁ କୃତଜ୍ଞତା ଜଣାଇଲେ ଅନୁଗୋଳ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ। ଜିଲ୍ଲାର ପାଲଲହଡା ବିଧାୟକ ମୁକେଶ ପାଲ ,ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ , ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହରା , ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ଢେଙ୍କାନାଳ ସାଂସଦ ମେହସ ସାହୁ ଏକାଠି ହୋଇ କୃତଜ୍ଞତା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଅନୁଗୋଳ ଜିଲ୍ଲା ଲୋକ ପ୍ରତିନିଧି

ଅନୁଗୋଳ ବିଜୁ ମଇଦାନରେରେ ଏକ ସଭାକରି ସରକାରଙ୍କ ନିଷ୍ପତ୍ତିକୁ ସମସ୍ତେ ପ୍ରଶଂସା କରିଛନ୍ତି । ସରକାରୀ ସ୍କୁଲରେ ପଡୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଡ଼ାକ୍ତରୀ ଓ ଇଂଜିନିୟରିଂ ପଡିବାରେ ସଂରକ୍ଷଣ ବ୍ୟବସ୍ଥାକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମଳିବା ପରେ ଏହାକୁ ସମସ୍ତେ ସ୍ବାଗତ କରିଛନ୍ତି ।

ସରକାରୀ ସ୍କୁଲରେ ପାଠପଢୁଥିବା ଗରିବ,ମେଧାବୀ,ଅନୁସୂଚିତ ଜାତି,ଜନଜାତି ଛାତ୍ର ଛାତ୍ରୀଙ୍କୁ ଡାକ୍ତରୀ ଓ ଇଞ୍ଜିନିୟରିଂ କଲେଜରେ ୧୫ ପ୍ରତିଶତ ସଂରକ୍ଷିତ ସିଟ୍ କୋଟା ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details