ଅନୁଗୋଳ: ଅନୁଗୋଳ ଜିଲ୍ଲା ପଥରଗଡ଼ ମଦମୃତ୍ୟୁକୁ ନେଇ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି ଜିଲ୍ଲା କଂଗ୍ରେସ। ଏହି ଘେରାଉରେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ସହ ପ୍ରଦୀପ ମାଝୀ ।
ଅନୁଗୋଳ ମଦମୃତ୍ୟୁ ମାମଲା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ସୁର-ପ୍ରଦୀପ - କଂଗ୍ରେସର ଜିଲ୍ଲାପାଳ କର୍ଯ୍ୟାଳୟ ଘେରାଉ
ଅନୁଗୋଳ ଜିଲ୍ଲା ପଥର ଗଡ଼ ମଦମୃତ୍ୟୁକୁ ନେଇ ଆଜି ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି ଜିଲ୍ଲା କଂଗ୍ରେସ । ସାମିଲ ହେଲେ ବରିଷ୍ଠ ନେତା ସୁର ରାଉତରାୟ । ଅଧିକ ପଢନ୍ତୁ ....
ଅନୁଗୋଳ ମଦ ମୃତ୍ୟୁ ମାମଲା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ
ରାଜ୍ୟ ସରକାରଙ୍କୁ ଘଟଣା ପାଇଁ ଦାୟୀ କରିବା ସହ ମୃତକ ପରିବାରକୁ ତୁରନ୍ତ 25 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି ସୁର । ଏନେଇ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଛି ଜିଲ୍ଲା କଂଗ୍ରେସ ।ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଜିଲା କଂଗ୍ରେସ ସଭାପତିଙ୍କ ସହ ଅନ୍ୟ ନେତା ମାନେ ସାମିଲ ହୋଇଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ