ଓଡିଶା

odisha

ETV Bharat / state

ବନ୍ୟଜନ୍ତୁ ଭୟରେ ଚାଷ ଛାଡୁଛନ୍ତି ଚାଷୀ, ବନ ବିଭାଗ ଚୁପ୍‌

ବନ୍ୟଜନ୍ତୁଙ୍କ ଭୟରେ ଚାଷ କରୁନାହାନ୍ତି ଚାଷୀ, ପଡିଆ ପଡିଛି ହଜାର ହଜାର ଚାଷ ଜମି । ଏଥିପ୍ରତି ବନ ବିଭାଗ ଦୃଷ୍ଟି ନଦେଲେ ଆନ୍ଦୋଳନ କରିବାକୁ ସାତକୋଶିଆ ପ୍ରଜା ସୁରକ୍ଷା ସମିତି ଦେଲା ଚେତାବନୀ । ଅଧିକ ପଢନ୍ତୁ

ବନ୍ୟଜନ୍ତୁ ଭୟରେ ଚାଷ ଛାଡିଲେ ଚାଷୀ, ବନ ବିଭାଗ ଚୁପ
ବନ୍ୟଜନ୍ତୁ ଭୟରେ ଚାଷ ଛାଡିଲେ ଚାଷୀ, ବନ ବିଭାଗ ଚୁପ

By

Published : Aug 6, 2022, 7:27 PM IST

ଅନୁଗୋଳ:ଜନବସତି ମୁହାଁ ସାତକୋଶିଆ ଅଭୟାରଣ୍ୟର ବନ୍ୟଜନ୍ତୁ । ଗ୍ରାମରେ ପ୍ରବେଶ କରି ନଷ୍ଟ କରୁଛନ୍ତି ଫସଲ ସହ ପନିପରିବା ଚାଷ । ଫଳରେ ଉଜୁଡି ଯାଇଛି ଲୋକଙ୍କ ଜୀବନ ଜୀବିକା । ବନ୍ୟଜନ୍ତୁଙ୍କ ଭୟରେ ଚାଷ କାର୍ଯ୍ୟ ଛାଡି ଏବେ ଚିନ୍ତାରେ ଅନଗୋଳ ଜିଲ୍ଲାର ୯ଟି ପଞ୍ଚାୟତର ଚାଷୀ । ସାତକୋଶିଆ ଅଭୟାରଣ୍ୟ ପାରିପର୍ଶ୍ୱରେ ଟିକରପଡା, ପୁରୁଣାକୋଟ, ଜଗନ୍ନାଥପୁର, ଟାଇଁସି, ଅନ୍ତୁଳିଆ, କୋଠଭୁଇଁ ସମେତ ପ୍ରାୟ ୯ଟି ପଞ୍ଚାୟତ ରହିଛି ।

ବନ୍ୟଜନ୍ତୁ ଭୟରେ ଚାଷ ଛାଡିଲେ ଚାଷୀ, ବନ ବିଭାଗ ଚୁପ

ସମସ୍ତ ପଞ୍ଚାୟତରେ ଅଧିକାଂଶ ଲୋକ ଧାନ ଚାଷ ସମେତ ବିଭିନ୍ନ ପନିପରିବା ଓ ଡାଲି ଜାତୀୟ ଫସଲ କରି ଜୀବିକା ନିର୍ବାହ କରି ଆସୁଛନ୍ତି । ହେଲେ ଗତ କିଛି ବର୍ଷ ହେଲା ହାତୀ ଓ ବନ୍ୟଜନ୍ତୁ ଗାଁ ମୁହାଁ ହୋଇ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଫଳରେ ଜୀବନ୍ତୁ ଭୟରେ ଗତ କିଛି ବର୍ଷ ହେଲା କୌଣସି ଫସଲ କରିବାକୁ ମନ ବଳାଉନାହାନ୍ତି ଗ୍ରାମବାସୀ । ଲୋକଙ୍କ ମୁଖ୍ୟ ଜୀବିକା କୃଷି ହୋଇଥିବାରୁ ତାହା ସମ୍ପୂର୍ଣ୍ଣ ଯେମିତି ଏବେ ଉଜୁଡି ଯାଇଛି ।

ଯାହାକୁ ନେଇ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି । ଗ୍ରାମରେ ଜଳସେଚନ ସହ ସବୁ ସୁବିଧା ଥାଇ ମଧ୍ୟ ଚାଷ ନକରିବା ଯୋଗୁଁ ହଜାର ହଜାର ଏକର ଜମି ପଡିଆ ପଡିଛି । ଅଧିକାଂଶ ଗାଁରୁ ଯୁବକ ମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ମଧ୍ୟ ଯାଇଛନ୍ତି । ଏନେଇ ବନ ବିଭାଗ କୌଣସି କ୍ଷତିପୂରଣ ଦେଉ ନଥିବା ଅଭିଯୋଗ ହୋଇଛି । ଏଥିସହ ବନ ବିଭାଗ କେବଳ ବନ୍ୟଜନ୍ତୁ ସୁରକ୍ଷା କଥା ଚିନ୍ତା କରୁଛି, କିନ୍ତୁ ସ୍ଥାନୀୟ ଅଧିବାସୀଙ୍କ ଫସଲ ସୁରକ୍ଷା କଥା ଆଦୌ ଚିନ୍ତା କରୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଧିବାସୀ ।

ଏନେଇ ସାତକୋଶିଆ ପ୍ରଜା ସୁରକ୍ଷା ପକ୍ଷରୁ କୁହାଯାଇଛି ଯେ, ''ବନ ବିଭାଗ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେଉ, କିନ୍ତୁ ଲୋକଙ୍କ ଧନ ଜୀବନ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକତା ରହିଛି । ନଚେତ ପ୍ରଜା ସୁରକ୍ଷା ସମିତି ଆଗକୁ ବଡ଼ ଧରଣର ଆନ୍ଦୋଳନ କରିବା ନେଇ ନିଜକୁ ପ୍ରସ୍ତୁତ କରିବ ।" ପ୍ରଥମେ ସମସ୍ତ ପଞ୍ଚାୟତର ମୁଖିଆ ମାନଙ୍କୁ ନେଇ ବୈଠକ କରାଯାଉଥିବାବେଳେ ଆଗାମୀ ଦିନରେ ଆନ୍ଦୋଳନର ରୂପରେଖ କିଭଳି ରହିବ ସେନେଇ ଆଲୋଚନା କରାଯାଉଛି । ବୁଧବାର ଅପରାହ୍ନରେ ମଧ୍ୟ ସାତକୋଶିଆ ପ୍ରଜା ସୁରକ୍ଷା ସମିତିର ସଭାପତି ଦନାର୍ଦନ ସାହୁ ଓ ସମ୍ପାଦକ ବିରାଜ ଜାନୀଙ୍କ ତତ୍ୱବାଧାନରେ ରାମଡ଼ିହି ଗାଁରେ ଏକ ଗୁରୁତ୍ୱପୂର୍ଣ ବୈଠକ ହୋଇଥିଲା ।

ହାତୀ ଘଉଡାଇବା ପାଇଁ ବନ ବିଭାଗ ସେଭଳି କିଛି ପଦକ୍ଷେପ ନେଉନଥିବାରୁ ବୈଠକରେ ଏହା ବିରୋଧରେ ସମସ୍ତେ ମତ ପ୍ରକାଶ କରିଥିଲେ । ଏଥିରେ ଯଦି କୌଣସି ସୁଧାର ନଆସେ ତେବେ ଆଗାମୀ ଦିନରେ ବନ ବିଭାଗ ଓ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ନେଇ ଚେତାବନୀ ଦେଇଛି ପ୍ରଜା ସୁରକ୍ଷା ସମିତି ।

ଆବଶ୍ୟକ ପଡ଼ିଲେ ହଜାର ହଜାର ସାତକୋଶିଆ ବାସିନ୍ଦା ଦିଲ୍ଲୀ ଯାଇ ସେଠାରେ ଆନ୍ଦୋଳନ କରିବାକୁ ମଧ୍ୟ ବୈଠକରେ କୁହାଯାଇଛି । ଏନେଇ ବିଭାଗୀୟ ଅଧିକାରୀ ଆଦୌ ମୁହଁ ଖୋଲୁ ନଥିବାବେଳେ ସ୍ଥାନୀୟ ବିଧାୟକ ରମେଶ ସାଏ କହିଛନ୍ତି ଯେ, ''ସେ ଏ ବିଷୟରେ ଅବଗତ ଅଛନ୍ତି । ସାତକୋଶିଆ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଏହାର ସମଧାନ କରିବାକୁ ପଦକ୍ଷେପ ନେବେ ।"

ABOUT THE AUTHOR

...view details