ଅନୁଗୋଳ: ତାଲାବନ୍ଦ ପକାଇଛି ପେଟ ପାଟଣାରେ ତାଲା । 2ମାସରୁ ଅଧିକ ଦିନ ହେବ ହାତବାନ୍ଧି ବସିଛନ୍ତି ଡ୍ରାଇଭର । ବାହାର ରାଜ୍ୟକୁ ଗାଡି ଚଲାଇ ଯାଉଥିବାରୁ ଗାଁ ଲୋକେ ଗାଁରେ ପୂରାଇ ଦେଉନଥିବା ବେଳେ ମାଲିକ ଆଉ ଭଡାରେ ଡାକୁ ନାହାନ୍ତି । ଫଳରେ କାମଧନ୍ଦା ନପାଇ ଏବେ ଚିନ୍ତାରେ ଡ୍ରାଇଭର ପରିବାର ।
ତାଲାବନ୍ଦ ପାଇଁ ଅନୁଗୋଳ ଜିଲ୍ଲାରେ ଏବେ ଅନେକ ଡ୍ରାଇଭର ନିଜର ରୋଜଗାର ହରାଇଛନ୍ତି । ଯେବେ ଠୁ ଦେଶରେ ତାଲାବନ୍ଦ ହେଲାଣି ସେବଠୁ ଆଉ ସେମାନେ ଗାଡି ଚଲାଇ ଯାଇ ପାରୁ ନାହାଁନ୍ତି । ଜିଲ୍ଲାର ପାଇକ ସାହି ପଞ୍ଚାୟତରେ ଅଛନ୍ତି କେବଳ 250ରୁ ଅଧିକ ଡ୍ରାଇଭର । ଅନ୍ୟର ଗାଡି ଚଳାଇଲେ ଘରେ ସେମାନଙ୍କର ଚୁଲି ଜଳେ । ହେଲେ ଗତ ମାର୍ଚ୍ଚ ମାସରୁ ଗାଡି ଚଳା ବନ୍ଦ । କାରଣ ତାଲାବନ୍ଦ ବେଳେ ପରିବହନ ସିନା ହେଉଛି, ହେଲେ ବାହାର ରାଜ୍ୟକୁ ଗାଡି ଚଲାଇ ଗଲେ ଗାଁ ଲୋକେ କୋରନା ଭୟରେ ତାଙ୍କୁ ଗାଁରେ ପୁରାଇ ଦେଉ ନାହାନ୍ତି । ଯାହା ପାଇଁ ସେମାନେ ଆଉ ଗାଡି ଚଲାଇ ଯାଇନାହାନ୍ତି ।