ଓଡିଶା

odisha

ETV Bharat / state

ଖୋଲିଲା ସାତକୋଶିଆ, ଆନନ୍ଦିତ ଅଞ୍ଚଳବାସୀ - Satakosia tiger reserved project

ରାଜ୍ୟ ସରକାର ପର୍ଯ୍ୟଟନ ସ୍ଥଳୀ ଖୋଲିବାକୁ ନିଷ୍ପତ୍ତି ନେବା ପରେ ଅନୁଗୋଳ ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ସାତକୋଶିଆ ପୁଣି ଥରେ ହସି ଉଠିବ। ରାଜ୍ୟ ସରକାର ପର୍ଯ୍ୟଟନସ୍ଥାନ ମାନଙ୍କୁ ଖୋଲିବାକୁ ନିର୍ଦେଶନାମା ଜାରି କରିବା ପରେ ଏବେ ଅଞ୍ଚଳ ବାସୀଙ୍କ ମନରେ ଭରିଯାଇଛି ଆନନ୍ଦ ।

ଖୋଲିଲା ସାତକୋଶିଆ, ଅଞ୍ଚଳବାସୀଙ୍କ ମନରେ ଭରିଯାଇଛି ଆନନ୍ଦ
ଖୋଲିଲା ସାତକୋଶିଆ, ଅଞ୍ଚଳବାସୀଙ୍କ ମନରେ ଭରିଯାଇଛି ଆନନ୍ଦ

By

Published : Oct 3, 2020, 3:58 PM IST

ଅନୁଗୋଳ: ରାଜ୍ୟରେ ସମସ୍ତ ପର୍ଯ୍ୟଟନସ୍ଥଳୀ ଖୋଲାଯିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେଣେ ଦୀର୍ଘ ମାସ ମାସ ଧରି ବନ୍ଦ ହୋଇ ରହିଥିବା ଅନୁଗୋଳ ଜିଲ୍ଲାର ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଖୋଲା ଯାଇଛି। ପ୍ରକୃତି ପ୍ରେମୀଙ୍କ ପାଇଁ ଏହା ଯେତିକି ଆନନ୍ଦ ଆଣି ଦେଇଛି ତା ଠାରୁ ଅଧିକ ଖୁସି ଆଣି ଦେଇଛି ସାତକୋଶିଆ ଅଞ୍ଚଳ ବାସୀଙ୍କ ପାଇଁ। କାରଣ ଦୀର୍ଘ ଦିନ ହେଲା ଏହି ପ୍ରାକୃତିକ ପରିବେଶଟି ଖାଁ ଖାଁ ଲାଗୁଥିଲା। ମହାନଦୀ ସାତକୋଶିଆ ଗଣ୍ଡର ବିସ୍ତୁତ ଜଳରାଶିର ଶୋଭା, ବନ୍ୟ ଜନ୍ତୁଙ୍କ କଳରବ ଓ ରଙ୍ଗ ବେରଙ୍ଗ ପକ୍ଷୀଙ୍କ କିଚିରି ମିଚିରି ଶବ୍ଦ ଶୁଣିବାକୁ କେହି ନଥିଲେ । ପୁଣି ଥରେ ପର୍ଯ୍ୟଟକ ଯିବା ଆସିବା ଆରମ୍ଭ ହେବ ।

ଖୋଲିଲା ସାତକୋଶିଆ, ଅଞ୍ଚଳବାସୀଙ୍କ ମନରେ ଭରିଯାଇଛି ଆନନ୍ଦ

ସରକାରଙ୍କ ନିଷ୍ପତ୍ତିରେ ଏବେ ପୁଣି ଥରେ ଚଳ ଚଞ୍ଚଳ ହୋଇ ଉଠିବ ସାତକୋଶିଆ। ସ୍ଥାନୀୟ ଲୋକେ ଦି ପଇସା ରୋଜଗାର ପାଇବେ। ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ସେଠାରେ ଅନେକ ଛୋଟ ମୋଟ ଦୋକାନ ବନ୍ଦ ହୋଇ ପଡ଼ିଥିଲା। ସେଗୁଡିକ ଏବେ ଖୋଲିବ। ଟିକରପଡ଼ାର ନେଚର କ୍ୟାମ୍ପ ପୁଣି ଥରେ ସଜେଇ ହେବ। ରାଜ୍ୟ ଓ ଦେଶ ବାହାରର ପର୍ଯ୍ୟଟକ ଏଠାକୁ ଆସିବେ। ସେଥିପାଇଁ ପର୍ଯ୍ୟଟନ ବିଭାଗ ଓ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି।

ପର୍ଯ୍ୟଟକମାନଙ୍କ ଯିବା ଆସିବା ଲାଗି ରହିଲେ ଅଞ୍ଚଳ ଲୋକେ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ରୋଜଗାର ପାଇ ପାରିବେ । ରୋଜଗାର ହରାଇଥିବା ଲୋକେ ପୁଣି ନିଜର ରୋଜଗାର ଫେରି ପାଇବେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details