ଓଡିଶା

odisha

ETV Bharat / state

ମେଡିକାଲରେ ନାହିଁ କୋଭିଡ ଟିକା, ନିରାଶ ଜନତା - କୋଭିଡ ଟିକା ଅଭାବ

କୋଭିଡ ଟିକା ନେବାକୁ ଆସି ହତାଶ ହେଉଛନ୍ତି ଲୋକେ। ଡାକ୍ତରଖାନାରେ ଟିକା ନଥିବାରୁ ଟିକା ନେବାକୁ ଆସୁଥିବା ବୟସ୍କ ଲୋକେ ନିରାଶ ହୋଇ ଫେରୁଛନ୍ତି।

ମେଡିକାଲରେ ନାହିଁ କୋଭିଡ ଟିକା, ନିରାଶ ଜନତା
ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ କୋଭିଡ ଟିକା

By

Published : Apr 17, 2021, 10:53 AM IST

Updated : Apr 17, 2021, 11:29 AM IST

ଅନୁଗୋଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନାହିଁ କୋଭିଡ ଟିକା । କୋରୋନାରୁ ସୁରକ୍ଷିତ ରହିବାକୁ ଚାହୁଁଥିବା ଲୋକ ଟିକା ନେବାକୁ ଆସି ହୀନସ୍ତା ଭୋଗୁଛନ୍ତି। ସକାଳୁ ସକାଳୁ ଡାକ୍ତରଖାନାକୁ ଟିକା ନେବାପାଇଁ ଆସି ଲୋକେ ଟିକା ନେଇ ନପାରି ନିରାଶ ହୋଇ ଫେରିଛନ୍ତି । ଟିକା ସରିଯାଇଥିବା ନେଇ କର୍ତ୍ତୃପକ୍ଷ ପୂର୍ବରୁ ସୂଚନା ଦେଇ ନଥିବାରୁ ଲୋକେ ଅସୁବିଧା ଭୋଗୁଛନ୍ତି।

ମେଡିକାଲରେ ନାହିଁ କୋଭିଡ ଟିକା, ନିରାଶ ଜନତା

ଯାହାକୁ ନେଇ ନିଜର ଅସନ୍ତୋଷ ଜାହିର କରିଛନ୍ତି ଲୋକେ। ଏନେଇ କୋଭିଡ ପରିଚାଳନା ଥିବା ଡାକ୍ତର କହିଛନ୍ତି କେବଳ ମୁଖ୍ୟ ଡାକ୍ତରଖାନାରେ ଟିକା ସରି ଯାଇଛି । ଶନିବାର କିମ୍ବା ରବିବାର ସୁଦ୍ଧା ଟିକା ପହଞ୍ଚିବ । ଦୁଇଦିନ ତଳେ ଆସିଥିବା ଦୁଇ ହଜାର ଡୋଜ ଜିଲ୍ଲାର ଅନ୍ୟ ଡାକ୍ତର ଖାନାର ଟୀକାକରଣ କେନ୍ଦ୍ରକୁ ପଠାଇ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ଡାକ୍ତର।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Apr 17, 2021, 11:29 AM IST

ABOUT THE AUTHOR

...view details