ଅନୁଗୋଳ:କୋଭିଡ ମହାମାରୀ ସମୟରେ ନିଜ ଜୀବନକୁ ଖାତିର ନକରି ଜନସାଧାରଣଙ୍କ ସେବା କରିଛନ୍ତିଡ୍ରାଇଭର। ସବୁ କ୍ଷେତ୍ରରେ ଜରୁରୀକାଳୀନ ପରିବହନ ସେବା ଯୋଗାଇଛନ୍ତି । ତଥାପି ସେମାନଙ୍କ ଦୁଃଖ ପ୍ରଶାସନ ବୁଝିନଥିବା ଅଭିଯୋଗ କରି ଏହାର ପ୍ରତିବାଦ କରିଛନ୍ତି ଏମାନେ । ଆଜି ୧୦ ଦଫା ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘର ଅନୁଗୋଳ ଜିଲ୍ଲା ଶାଖା ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛି ।
ମହାମାରୀ ସମୟରେ ଅବହେଳିତ ଡ୍ରାଇଭର, ଜିଲ୍ଲାପାଳଙ୍କୁ ଦାବିପତ୍ର - anugul district administration
ଅନୁଗୋଳ ଜିଲ୍ଲାରେ ଡ୍ରାଇଭର ସଂଘର ପ୍ରତିବାଦ । ମହାମାରୀ ସମୟରେ ସରକାରୀ ସହାୟତାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଡ୍ରାଇଭର ସଂଘ । ଅଧିକ ପଢନ୍ତୁ...
ମହାମାରୀ ସମୟରେ ଅବହେଳିତ ଡ୍ରାଇଭର, ଜିଲ୍ଲାପାଳଙ୍କୁ ଦାବିପତ୍ର
ମହାମାରୀ ସମୟରେ ଅବହେଳିତ ଡ୍ରାଇଭର, ଜିଲ୍ଲାପାଳଙ୍କୁ ଦାବିପତ୍ର
ଓଡିଶା ଡ୍ରାଇଭର ମହାସଂଘ ଡାକରାରେ ଅନୁଗୋଳ ଜିଲ୍ଲା ଡ୍ରାଇଭରମାନେ ଏକ ପ୍ରତିବାଦ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ। ଡ୍ରାଇଭରମାନଙ୍କ ଅଭିଯୋଗ ଅନୁସାରେ ,ମହାମାରୀ ସମୟରେ ଯାତ୍ରୀ ଓ ମାଲ ପରିବହନ ଜାରି ରଖିଥିବା ଡ୍ରାଇଭରଙ୍କୁ ସରକାର ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି । କୌଣସି ସରକାରୀ ସହାୟତା ସେମାନଙ୍କୁ ପ୍ରଦାନ କରାଯାଇନାହିଁ । ତେଣୁ ନିଜର ପରିବାରର ସୁରକ୍ଷା ଦାବି କରି ଆନ୍ଦୋଳନ କରିବା ସହ ଜିଲ୍ଲାପାଳଙ୍କୁ ୧୦ ଦଫା ସମ୍ବଳିତ ଦାବିପତ୍ର ଦେଇଥିବା କହିଛି ସଂଘ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ