ଅନୁଗୋଳ:ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ବାଧୀନତାର ଗୌରବ ଯାତ୍ରା ପାଳିତ ହୋଇଯାଇଛି । ତ୍ୟାଗ ଓ ବଳିଦାନର ୭୫ବର୍ଷ ସ୍ୱାଧୀନତା ଗୌରବ ପଦଯାତ୍ରା ତଥା କ୍ରାନ୍ତି ଦିବସ ଅବସରରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ପଦଯାତ୍ରା ହୋଇଥିଲା । ଏହି ପଦଯାତ୍ରାରେ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ।
ପ୍ରବଳ ବର୍ଷା ସତ୍ତ୍ୱେ ବହୁ କଂଗ୍ରେସ କର୍ମୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଆମେ ଆଜି ଯେଉଁ ସ୍ୱାଧୀନ ଭାରତର ନାଗରିକ ହୋଇ ବଞ୍ଚିଛନ୍ତି ତାହା କେବଳ କଂଗ୍ରେସ ଯୋଗୁଁ ସମ୍ଭବ ହୋଇଛି । କଂଗ୍ରେସର ନେତୃତ୍ୱରେ ବହୁ ବଡ଼ ବଡ଼ ବ୍ୟକ୍ତି ନିଜ ପ୍ରାଣବଳୀ ଦେଇ ଦେଶକୁ ବ୍ରିଟିଶ କବଳରୁ ମୁକ୍ତ କରିଛନ୍ତି ।