ଓଡିଶା

odisha

ETV Bharat / state

ଅନୁଗୋଳର 5 କୋରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲା ଜିଲା ପ୍ରଶାସନ - corona in Angul

ଅନୁଗୋଳରେ ରବିବାର 5 କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୫ରେ ପହଞ୍ଚିଛି । ଏନେଇ ସବିଶେଷ ତଥ୍ୟ ରଖିଛନ୍ତି ଅନୁଗୋଳ ଜିଲ୍ଲାପାଳ ।

ଅନୁଗୋଳର 5 କୋରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲା ଜିଲା ପ୍ରଶାସନ
ଅନୁଗୋଳର 5 କୋରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲା ଜିଲା ପ୍ରଶାସନ

By

Published : May 24, 2020, 3:53 PM IST

ଅନୁଗୋଳ: ଜିଲ୍ଲାରେ ଆଉ ୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ୱେବସାଇଟ ପକ୍ଷରୁ ସୂଚନା ଦିଆଯିବା ପରେ ଅନୁଗୋଳ ଜିଲ୍ଲାପାଳ ଏକ ଭିଡିଓ ଜାରି କରି ସବିଶେଷ ତଥ୍ୟ ରଖିଛନ୍ତି ।

ଅନୁଗୋଳର 5 କୋରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲା ଜିଲା ପ୍ରଶାସନ

ସମସ୍ତ ଆକ୍ରାନ୍ତ କ୍ଵାରେଣ୍ଟାଇନରେ ଥିବା ବେଳେ ସେମାନଙ୍କ ମଧ୍ୟରୁ 2 ଜଣ ମହାରାଷ୍ଟ୍ର ଓ 2 ଜଣ ସୁରଟ ଫେରନ୍ତା ବୋଲି ଜଣାପଡିଛି । ଅନ୍ୟ ଜଣେ ମହାରାଷ୍ଟ୍ରର ବସ କ୍ଲିନର । ଜିଲ୍ଲାର ହଣ୍ଡାପା ଥାନା ଲୁହା ମୁଣ୍ଡାଠାରେ ହୋଇଥିବା ବସ ଦୁର୍ଘଟଣାରେ ଆହତ ହୋଇଥିବା ବସର କ୍ଲିନର ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ରାଜ୍ୟରେ ରବିବାର ୬୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଅନୁଗୋଳ ଜିଲ୍ଲାରେ ୫ ଜଣ ପଜିଟିଭ ଅଛନ୍ତି । ଶନିବାର ମଧ୍ୟ ଜଣେ କୋରୋନା ରୋଗୀ ଚିହ୍ନଟ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ । ତେବେ ମୋଟ ୨୫ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ଜଣ ଏବେ ସୁସ୍ଥ ହୋଇସାରିଲେଣି ।ଆକ୍ରାନ୍ତମାନେ ଏବେ ତାଳଚେର କୋଭିଡ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details