ଅନୁଗୋଳ: ଜିଲ୍ଲାରେ ଯେଉଁଭଳି ଭାବେ କରୋନା ସଂକ୍ରମଣ ବଢୁଛି ତାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଦୈନିକ ପ୍ରାୟ 200ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ସାତ ହାଜର ପାଖାପାଖି ପହଂଚିଲାଣି । ପ୍ରଶାସନ ତରଫରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରତ୍ୟକ ଦିନ ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ନମୁନା ପରୀକ୍ଷା କରୁଛନ୍ତି । ସଂକ୍ରମିତ ଚିହ୍ନଟ ବ୍ୟକ୍ତିଙ୍କୁ ହୋମ ଆଇସଲେସନରେ ରଖା ଯାଉଛି ।
ଏନଫୋର୍ସମେଣ୍ଟ ଟିମ ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା, ମାସ୍କ ଆଦି କଡାକଡି ଭାବେ ଯାଞ୍ଚ କରୁଛନ୍ତି। ତଥାପି କିଛି ଅମାନିଆଙ୍କ ଯୋଗୁ ସଂକ୍ରମନକୁ ନିୟନ୍ତ୍ରଣ କରା ଯାଇ ପାରୁ ନାହିଁ। ଆଜି ଭଳି ପୋଲିସ ପକ୍ଷରୁ କଡା କଟକଣା ନଥିବାରୁ ଦୋକାନବଜାର, ରାସ୍ତାଘାଟ ଓ ଅନ୍ୟାନ୍ୟ ସ୍ଥାନରେ ପ୍ରବଳ ଭିଡ ଜମୁଛି। ରାସ୍ତା କଡରେ ଥିବା ଉଠା ଦୋକାନୀଙ୍କ ସଂଖ୍ୟା ବଢିବା ସହ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବଢୁଛି । ଜିଲ୍ଲାରେ କେବଳ ସଂକ୍ରମଣ ବଢୁନି, କରୋନା ଜନିତ ମୃତ୍ୟୁ ମଧ୍ୟ ବଢ଼ିବାରେ ଲାଗିଛି।