ଓଡିଶା

odisha

ଅନୁଗୋଳ ଜିଲ୍ଲା ‘ଯୋଜନା ବୋର୍ଡ’ ର ୧୩ତମ ବୈଠକ ଅନୁଷ୍ଠିତ

ଅନୁଗୋଳ ଜିଲ୍ଲା ‘ଯୋଜନା ବୋର୍ଡ’ ବୈଠକ ଅନୁଷ୍ଠିତ। ଆଗାମୀ ତିନି ମାସରେ ସମସ୍ତ ବ୍ୟୟ ଅର୍ଥ ଖର୍ଚ୍ଚ କରିବାକୁ ଆଲୋଚନା।

By

Published : Dec 4, 2019, 10:09 PM IST

Published : Dec 4, 2019, 10:09 PM IST

PHOTO
ବୈଠକ ଅନୁଷ୍ଠିତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଯୋଜନା ବୋର୍ଡର ୧୩ତମ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାର ଶିକ୍ଷା ସ୍ବାସ୍ଥ୍ୟ, ଗମନାଗମନ ଓ ପାନୀୟଜଳ ଯୋଗାଣ ନେଇ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଏହି ବୈଠକରେ ନିଆଯାଇଛି।

୨୦୧୯- ୨୦ ଆର୍ଥିକ ବର୍ଷରେ ହୋଇଥିବା ବଜେଟର ବ୍ୟୟ ବରାଦ କେତେଦୂର କାର୍ଯ୍ୟକାରୀ ହୋଇଛି ଓ ଆଗାମୀ 3 ମାସ ମଧ୍ୟରେ କିଭଳି ସମସ୍ତ ଟଙ୍କା ଖର୍ଚ୍ଚ ହେବ ସେନେଇ ବୈଠକରେ ଆଲୋଚନା ହୋଇଛି । ଚଳିତ ବର୍ଷରେ ଜିଲା ପାଇଁ ୧୮ ହଜାର ୨୨ ଶହ ୪୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ସବୁଠାରୁ ବଡ କଥା ହେଉଛି ପ୍ଲାନିଂ କମିଟିର ନିଷ୍ପତ୍ତିକୁ ଜିଲ୍ଲାରେ ଥିବା ଖଣି ଓ ଶିଳ୍ପ ସଂସ୍ଥା କାର୍ଯ୍ୟକାରୀ କରୁ ନଥିବାରୁ ଆଗାମୀ ଦିନରେ ସେମାନଙ୍କୁ ମଧ୍ୟ ସାମିଲ କରିବା ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ବୈଠକ କରାଯିବ ବୋଲି ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ।

ଯୋଜନା ବୋର୍ଡର ୧୩ତମ ବୈଠକ ଅନୁଷ୍ଠିତ

ବୈଠକରେ ଜିଲ୍ଲାର ପାଲଲହଡା, ଛେଣ୍ଡିପଦା, ଆଠମଲ୍ଲିକ ଓ ତାଳଚେର ବିଧାୟକଙ୍କ ସମେତ ଢେଙ୍କାନାଳ ସାଂସଦ ମହେଶ ସାହୁ ଉପସ୍ଥିତ ଥିଲେ । ଏହା ସହ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀ ମଧ୍ୟ ବୈଠକରେ ଅଶଂ ଗ୍ରହଣ କରିଥିଲେ ।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details