ଓଡିଶା

odisha

By

Published : May 12, 2020, 12:18 AM IST

Updated : May 12, 2020, 1:18 PM IST

ETV Bharat / state

ସାବଧାନ ନରହିଲେ ସଟଡାଉନ ହେବ ଅନୁଗୋଳ, ତାଗିଦ କଲେ ଜିଲ୍ଲାପାଳ

ତୃତୀୟ ପର୍ଯ୍ୟାୟ ତାଲାବନ୍ଦରେ ଜିଲ୍ଲା ଗ୍ରୀନ ଜୋନରେ ଥିବାରୁ କଟକଣା କୋହଳ କରାଯାଇଥିଲା । ତେବେ ରବିବାର ଏକକାଳୀନ ଗୋଟିଏ ଦିନରେ 15 ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଏହାକୁ ନେଇ ବଢିଛି ଚିନ୍ତା । ଜିଲ୍ଲାପାଳ ଏନେଇ ଏକ ଭିଡିଓ ଜାରି କରି ଗ୍ରୀନ ଜୋନରେ ଥିବା ଅନୁଗୋଳବାସୀଙ୍କୁ ନିବେଦନ କରିଛନ୍ତି ।

angul latest news, corona situation in angul, angul collector appeals on video, angul shutdown, migrant odia in angul, ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍‌, ଅନୁଗୋଳରେ କୋରୋନା ପରିସ୍ଥିତି, ଅନୁଗୋଳ ଜିଲ୍ଲାପାଳଙ୍କ ଭିଡିଓରେ ଅପିଲ, ଅନୁଗୋଳ ସଟଡାଉନ, ଅନୁଗୋଳରେ ପ୍ରବାସୀ ଓଡିଆ
ସାବଧାନ ନରହିଲେ ସଟଡାଉନ ହେବ ଅନୁଗୋଳ, ତାଗିଦ କଲେ ଜିଲ୍ଲାପାଳ

ଅନୁଗୋଳ: ଜିଲ୍ଲାରେ କୋରୋନା ପଜିଟିଭ ଚିହ୍ନଟ ପରେ ଏବେ ଚେତିଛି ଜିଲ୍ଲା ପ୍ରଶାସନ । ତୃତୀୟ ପର୍ଯ୍ୟାୟ ତାଲାବନ୍ଦରେ ଜିଲ୍ଲା ଗ୍ରୀନ ଜୋନରେ ଥିବାରୁ କଟକଣା କୋହଳ କରାଯାଇଥିଲା । ହେଲେ ସାମାଜିକ ଦୂରତାକୁ ଧ୍ୟାନ ଦେଇ ଦୋକାନ ବଜାର ଖୋଲିବାକୁ ପ୍ରଶାସନ ଅନୁମତି ଦେଇଥିବା ବେଳେ ଅଧିକାଂଶ ସ୍ଥାନରେ ଏହାକୁ ମାନୁ ନଥିବା ନଜରକୁ ଆସିଥିଲା। ତେବେ ରବିବାର ଏକକାଳୀନ ଗୋଟିଏ ଦିନରେ 15 ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଏବେ ଏହାକୁ ନେଇ ବଢିଛି ଚିନ୍ତା ।

ସାବଧାନ ନରହିଲେ ସଟଡାଉନ ହେବ ଅନୁଗୋଳ, ତାଗିଦ କଲେ ଜିଲ୍ଲାପାଳ

ଜିଲ୍ଲାପାଳ ଏନେଇ ଏକ ଭିଡିଓ ଜାରି କରି ଗ୍ରୀନ ଜୋନରେ ଥିବା ଅନୁଗୋଳବାସୀଙ୍କୁ ନିବେଦନ କରିଛନ୍ତି । ଯଦି ଜିଲ୍ଲାବାସୀ ଏହାପରେ ବି ସାମାଜିକ ଦୂରତାକୁ ନ ମାନନ୍ତି ତେବେ ଆବଶ୍ୟକ ପଡ଼ିଲେ ଜିଲ୍ଲାରେ ସଟଡାଉନ ଘୋଷଣା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ପଜିଟିଭ ଚିହ୍ନଟ ଆକ୍ରାନ୍ତଙ୍କୁ ତାଳଚେରସ୍ଥିତ କୋଭିଡ-19 ହସ୍ପିଟାଲରେ ଚିକିତ୍ସା କରାଯାଉଛି ।

ତେଣେ ଜିଲ୍ଲାକୁ ଏବେ ସୁଦ୍ଧା ବିଭିନ୍ନ ରାଜ୍ୟରୁ ପ୍ରାୟ 800 ପ୍ରବାସୀ ଓଡ଼ିଆ ଆସିସାରିଛନ୍ତି । ସମସ୍ତଙ୍କୁ ପଞ୍ଚାୟତସ୍ତରରେ ହୋଇଥିବା କ୍ବାରେନଣ୍ଟାଇନ ସେଣ୍ଟରରେ ରଖାଯାଇଛି । ଏଥିସହ ଏହି ସମସ୍ତ କ୍ବାରେନଣ୍ଟାଇନ ସେଣ୍ଟର ଅଞ୍ଚଳରେ 144 ଧାରା ଜାରି କରାଯାଇଛି । ତେଣୁ ସମସ୍ତେ ସରକାରୀ ନୀତି ନିୟମ ମାନି କୋରୋନା ମୁକାବିଲାରେ ସହଯୋଗ କରିବାକୁ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ନିବେଦନ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : May 12, 2020, 1:18 PM IST

ABOUT THE AUTHOR

...view details