ଓଡିଶା

odisha

ETV Bharat / state

ଶୋଚନୀୟ NH-55: ଆଜି 6 ଘଣ୍ଟିଆ ରାସ୍ତା ଅବରୋଧ କରିବ ଓକିଲ ସଂଘ - ଓକିଲ ସଂଘର କରିବ ୧୨ ଘଣ୍ଟିଆ ଆନ୍ଦୋଳନ

ଅନୁଗୋଳ ଜିଲ୍ଲାର ବାମୁରୁ ଠାରୁ ବଅଁରପାଳ ପର୍ଯ୍ୟନ୍ତ ୫୫ ନମ୍ବର ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇପଡିଛି । ଏହାକୁ ପ୍ରତିବାଦ ଜଣାଇ ଆଜି(ରବିବାର) ଓକିଲ ସଂଘ ପକ୍ଷରୁ 6 ଘଣ୍ଟିଆ ରାଜପଥ ଅବରୋଧ ଡାକରା ଦିଆଯାଇଛି । ଅଧିକ ପଢନ୍ତୁ

୫୫ ନମ୍ବର ଜାତୀୟ ରାଜପଥ ପାଇଁ ଓକିଲ ସଂଘର କରିବ ୧୨ ଘଣ୍ଟିଆ ଆନ୍ଦୋଳନ
୫୫ ନମ୍ବର ଜାତୀୟ ରାଜପଥ ପାଇଁ ଓକିଲ ସଂଘର କରିବ ୧୨ ଘଣ୍ଟିଆ ଆନ୍ଦୋଳନ

By

Published : Jul 24, 2022, 7:00 AM IST

Updated : Jul 24, 2022, 7:37 AM IST

ଅନୁଗୋଳ: ଜିଲ୍ଲାର ବାମୁରୁ ଠାରୁ ବଅଁରପାଳ ପର୍ଯ୍ୟନ୍ତ ୫୫ ନମ୍ବର ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇପଡିଛି । ଏହାକୁ ପ୍ରତିବାଦ ଜଣାଇ ଆଜି(ରବିବାର) ଓକିଲ ସଂଘ ପକ୍ଷରୁ 6 ଘଣ୍ଟିଆ ରାଜପଥ ଅବରୋଧ ଡାକରା ଦିଆଯାଇଛି । ଏନେଇ ଶନିବାର ଅପରାହ୍ନରେ ଓକିଲ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

୫୫ ନମ୍ବର ଜାତୀୟ ରାଜପଥ ପାଇଁ ଓକିଲ ସଂଘର କରିବ ୧୨ ଘଣ୍ଟିଆ ଆନ୍ଦୋଳନ

ବାମୁରୁ ଠାରୁ ବଅଁରପାଲ ପର୍ଯ୍ୟନ୍ତ ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି । ରାସ୍ତା ସାର ଖାଲଖମାରେ ପରିପୂର୍ଣ୍ଣ ହୋଇଛି । ଗାଡି ତ ଦୂରର କଥା ପାଦରେ ଚାଲି ଯିବା ମଧ୍ୟ କଷ୍ଟକର ହୋଇପଡିଛି । ରାସ୍ତାର ଦୂରବସ୍ଥା ପାଇଁ ଶହ ଶହ ଲୋକ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଉଛନ୍ତି। ବାରମ୍ବାର ପ୍ରଶାସନକୁ ଗୁହାରି କଲେ ମଧ୍ୟ ରାସ୍ତା ମରାମତି ହେଉନାହିଁ ।

ତେଣୁ ଓକିଲ ସଂଘ ତୁରନ୍ତ ରାସ୍ତା ମରାମତି ଦାବିରେ ଆଜି(ରବିବାର) ସକାଳ ୬ଟା ଠାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବାମୁରୁ, ବଇଣ୍ଡା, ବଡକେରା, ହୁଳୁରୁସିଂହା, ଅନୁଗୋଳ, ନାଲକୋ ଓ ବଅଁରପାଳ ଠାରେ ଏକ କାଳୀନ ରାସ୍ତା ଅବରୋଧ କରାଯିବ ବୋଲି ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଟ୍ରକ ମାଲିକ ସଂଘ, ବସ ମାଲିକ ସଂଘ, ସମସ୍ତ ରାଜନୈତିକ ଦଳ ସମେତ ଜନସାଧାରଣ ସହଯୋଗ କରୁଛନ୍ତି।

ଇଟିଭି ଭାରତ,ଅନୁଗୋଳ

Last Updated : Jul 24, 2022, 7:37 AM IST

ABOUT THE AUTHOR

...view details