ଓଡିଶା

odisha

ETV Bharat / state

୧୪ ଦଫା ଦାବି ନେଇ ଅଲ୍ ଓଡିଶା ଅଙ୍ଗନ ବାଡି ସଙ୍ଘର ବିକ୍ଷୋଭ - ଅଙ୍ଗନ ବାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଅନୁଗୋଳରେ ତାତିଲେ ଅଙ୍ଗନ ବାଡି କର୍ମୀ ଓ ପାଚିକା । ୧୪ ଦଫା ଦାବି ନେଇ ଅଲ୍ ଓଡିଶା ଅଙ୍ଗନ ବାଡି ସଙ୍ଘର ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

୧୪ ଦଫା ଦାବି ନେଇ ଅଲ୍ ଓଡିଶା ଅଙ୍ଗନ ବାଡି ସଙ୍ଘର ବିକ୍ଷୋଭ ପ୍ରଦର୍ଶନ
୧୪ ଦଫା ଦାବି ନେଇ ଅଲ୍ ଓଡିଶା ଅଙ୍ଗନ ବାଡି ସଙ୍ଘର ବିକ୍ଷୋଭ ପ୍ରଦର୍ଶନ

By

Published : Apr 7, 2022, 6:11 PM IST

ଅନୁଗୋଳ: ୧୪ ଦଫା ଦାବି ନେଇ ଅଲ୍ ଓଡିଶା ଅଙ୍ଗନ ବାଡି ସଙ୍ଘ ଅନୁଗୋଳ ଜିଲ୍ଲା ଶାଖା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ସଙ୍ଘର ସମ୍ପାଦିକା ସବିତା ବେହେରାଙ୍କ ନେତୃତ୍ୱରେ ପ୍ରାୟ ୧୫ ଶହରୁ ଅଧିକ ଅଙ୍ଗନବାଡି କର୍ମୀ ଏହି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ୧୫ଶହରୁ ଅଧିକ କର୍ମୀ ଏବଂ ପାଚିକା ସହର ପରିକ୍ରମା କରି ଶୋଭାଯାତ୍ରା କରିଛନ୍ତି । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ସେଠାରେ ପ୍ରତିବାଦ ସଭା କରିଥିଲେ । ବିଶେଷ କରି ସମସ୍ତ ଅଙ୍ଗନ ବାଡି କର୍ମୀ ଓ ପାଚିକାମାନଙ୍କୁ ସରକାରୀ ମାନ୍ୟତା ଦେବା, ସେମାନଙ୍କ ପାଇଁ ପେନସନ ବ୍ୟବସ୍ଥା କରିବା, ଗ୍ରୀଷ୍ମ କାଳୀନ ଛୁଟି ପ୍ରଦାନ କରିବା ଆଦି ୧୪ ଦଫା ଦାବି ଉପସ୍ଥାପନ କରିଥିଲେ । ଏହାପରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

୧୪ ଦଫା ଦାବି ନେଇ ଅଲ୍ ଓଡିଶା ଅଙ୍ଗନ ବାଡି ସଙ୍ଘର ବିକ୍ଷୋଭ ପ୍ରଦର୍ଶନ

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details