ଓଡିଶା

odisha

ETV Bharat / state

ପ୍ରେମକୁ ଦେଲେ ନୂଆ ପରିଚୟ, କିନ୍ନରଙ୍କୁ ସାତ ଜନ୍ମର ସାଥି କଲେ ଯୁବକ - Anugul transgender

ଦୀର୍ଘ ପାଞ୍ଚ ବର୍ଷ କାଳ ପରସ୍ପରକୁ ଭଲ ପାଉଥିବା ଦୁଇଟି ମନ ଶେଷରେ ଗୋଟିଏ ହୋଇଛି। ଅନୁଗୋଳର ଅଧିଷ୍ଠାତ୍ରୀ ଦେବୀ ବୁଢ଼ୀ ଠାକୁରାଣୀ ଠାରେ ଜଣେ ଜଣକୁ ବରଣମାଳା ଦେଇ ବିବାହ କରିଛନ୍ତି ।

ପରିବାର ସମ୍ମତିରେ ହେଲା ବିବାହ ସମ୍ପନ୍ନ
ପରିବାର ସମ୍ମତିରେ ହେଲା ବିବାହ ସମ୍ପନ୍ନ

By

Published : Dec 23, 2020, 9:47 PM IST

ଅନୁଗୋଳ: କିନ୍ନରକୁ ଜୀବନ ସାଥି ଭାବେ ବାଛିଲେ ଜଣେ ସାଧାରଣ ଯୁବକ । ଉଭୟଙ୍କ ମଧ୍ୟରେ ଦୀର୍ଘ ୫ବର୍ଷ ହେବ ଗଢି ଉଠିଥିବା ସମ୍ପର୍କ ଶେଷରେ ବିବାହ ରୂପ ନେଇଥିଲା । ଜୀବନ ସାରା ଏକାଠି ରହିବାକୁ ମନ୍ଦିରରେ ପରସ୍ପରକୁ ବିବାହ କରିଛନ୍ତି ଦୁହେଁ । ଏଭଳି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ ।

ଏ ସମ୍ପର୍କର ପ୍ରେମର । ଦୀର୍ଘ ପାଞ୍ଚ ବର୍ଷ କାଳ ପରସ୍ପରକୁ ଭଲ ପାଉଥିବା ଦୁଇଟି ମନ ଶେଷରେ ଗୋଟିଏ ହୋଇଛି। ଜଣେ ସାଧାରଣ ଜୀବନ ଜିଉଁଥିବା ଯୁବକ ଜଣେ କିନ୍ନରକୁ ବାଛିଛନ୍ତି ତାଙ୍କ ଜୀବନସାଥି। ଅନୁଗୋଳର ଅଧିଷ୍ଠାତ୍ରୀ ଦେବୀ ବୁଢ଼ୀ ଠାକୁରାଣୀ ଠାରେ ଜଣେ ଜଣକୁ ବରଣମାଳା ଦେଇ ବିବାହ କରିଛନ୍ତି । ଅନୁଗୋଳ ବୁଢାପଙ୍କ ଗାଁର ଚିନ୍ମୟୀ କିନ୍ନରଙ୍କୁ ନିଜ ଜୀବନସାଥି ଭାବେ ବାଛିଛନ୍ତି ଜିଲ୍ଲାର କଣିହାଁ ସାନତ୍ରିବିଡା ଗାଁର ବବଲୁ ପ୍ରଧାନ। ମା ବୁଢୀଙ୍କୁ ସାକ୍ଷୀ ରାଖୀ ସାରା ଜୀବନ ଏକାଠି ରହିବାକୁ ନିଷ୍ପତ୍ତି ନେଇଛନ୍ତି ।

କିନ୍ନରକୁ ଜୀବନ ସାଥି କଲେ ଯୁବକ

ଏମାନଙ୍କ କହିବା ମୁତାବକ, ସେମାନେ ପାଞ୍ଚ ବର୍ଷ ହେବ ସାଥି ହୋଇ ରହୁଛନ୍ତି । ତେଣୁ ଜୀବନସାଥି ହୋଇ ରହିବାର କିଛି ଆସୁବିଧା ନହିଁ। ତାଙ୍କ ବିବାହ ଉତ୍ସବରେ ସାମିଲ ହୋଇଥିଲେ ସାଥି କିନ୍ନରମାନେ। ତାଙ୍କ ଯୁକ୍ତିରେ ଜଣେ କିନ୍ନର ଜଣେ ସାଧାରଣ ବ୍ୟକ୍ତି ଭଳି ନିଜର ଜୀବନ ସାଥି ବାଛିବାର ଅଧିକାର ରହିଛି। ମନ୍ଦିରରେ ବିବାହ ସାରିବା ପରେ ଅନୁଗୋଳ କୋଟରେ ମଧ୍ୟ ବିବାହକୁ ନେଇ ସେମାନେ ଚୁକ୍ତିନାମା କରିଥିଲେ । ।

ପରିବାର ସମ୍ମତିରେ ହେଲା ବିବାହ ସମ୍ପନ୍ନ

ବିବାହ ସମୟରେ କିନ୍ନର ସଂଘର ବହୁ ସଦସ୍ୟ ଉପସ୍ଥିତ ରହି ବରକନ୍ୟାଙ୍କୁ ଆଶୀର୍ବାଦ ଦେଇଥିଲେ। ଶେଷରେ ଦୁହେଁ ଘରକୁ ଯାଇଥିଲେ। ଏଭଳି ଏକ ବିରଳ ବିବାହ ଅନୁଗୋଳ ରେ ଚର୍ଚ୍ଚାର ବିଷୟ ହୋଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details