ଅନୁଗୋଳ: ଜିଲ୍ଲା ଜରପଡା ଥାନା ନିକଟସ୍ଥ ୫୫ନଂ ଜାତୀୟ ରାଜପଥର ଜରପଡା ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଆମ୍ବୁଲାନ୍ସ ପିଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କରକୁ। ଫଳରେ ଦୁର୍ଘଟଣାରେ ୪ମୃତ, ୩ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି। ମୃତକ ଓ ଗୁରୁତର ମାନଙ୍କ ଘର ବଲାଙ୍ଗୀର ଜିଲା ଆଗଲପୁର ଗାଁର ବୋଲି ଜଣା ପଡ଼ିଛି।
ଆମ୍ବୁଲାନ୍ସ-ଗ୍ୟାସ ଟ୍ୟାଙ୍କର ଦୁର୍ଘଟଣା; 4 ମୃତ, 3 ଗୁରୁତର - ଆମ୍ବୁଲାନ୍ସ ଦୁର୍ଘଟଣା , 4 ମୃତ
07:38 March 21
ଆମ୍ବୁଲାନ୍ସ-ଗ୍ୟାସ ଟ୍ୟାଙ୍କର ଦୁର୍ଘଟଣା; 4 ମୃତ, 3 ଗୁରୁତର
ମୃତକ ମନଙ୍କ ମଧ୍ୟରେ ଆମ୍ବୁଲାନ୍ସ ଚାଳକ ବାବୁଲାଲ ସୋନା ଓ ବବୁଲୁ ମେହେର। ଅନ୍ୟ ଦୁଇ ଜଣଙ୍କ ନାଁ ଜଣାପଡି ନାହିଁ। ଗୁରୁତର ୩ ଜଣ ହେଲେ ରବି ମେହେର, ଲିଙ୍ଗରାଜ ମେହେର ଓ କୁଲୁ ପଟେଲ। ଘଟଣାରୁ ଜଣା ପଡିଛି ଯେ, କୌଣସି କାରଣରୁ ବବୁଲୁ ମେହେର ବିଷ ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ବୁର୍ଲା ହସ୍ପିଟାକୁ ଚିକିତ୍ସା ପାଇଁ ଆଣିଥିଲେ। କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଜଟିଳ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ଆଣୁ ଥିଲେ।
ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଜରପଡା ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ସ୍ଥାନୀୟ ଲୋକେ ଓ ପୋଲିସ ପହଞ୍ଚି ମୃତ ଦେହ ଗୁଡିକୁ ଉଧାର କରିବା ସହ ଗୁରୁତର ମାନଙ୍କୁ ଡାକ୍ତରଖାନା ପଠାଇ ଥିଲେ। ତେବେ ଆମ୍ବୁଲାନ୍ସ ଚାଳକ ଗାଡି ଭିତରେ ଚାପି ହୋଇ ରହି ଯାଇଥିବାରୁ ଦମକଳ ବାହିନୀ ଆସି ମୃତ ଦେହକୁ ବାହାର କରିଥିଲେ। ପୋଲସ ସେମାନଙ୍କ ପରିବାର ଲୋକଙ୍କୁ ଖବର ଦେଇଛି। ତଦନ୍ତ ଚାଲୁ ରହିଛି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ