ଅନୁଗୋଳ: ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଟଙ୍କାର ହିସାବ ମିଳୁନି । ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ବଲଙ୍ଗ ଗ୍ରାମରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଜିଲ୍ଲାପାଳଙ୍କ ଫେରାଦ ହୋଇଛନ୍ତି ।
ଟଙ୍କା ହଡ଼ପ ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ସ୍ବୟଂ ସହାୟକ ଗୋଷ୍ଠୀ - ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଆର୍ଥିକ ଅନିୟମିତତା
ଅନୁଗୋଳ ଜିଲ୍ଲା ଅନୁଗୋଳ ବ୍ଲକ ବଲଙ୍ଗ ଗ୍ରାମରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଆର୍ଥିକ ଅନିୟମିତତାକୁ ନେଇ ଅଭିଯୋଗ । ବିଭାଗୀୟ ଅଧିକାରୀ ଜମା ଟଙ୍କା ହଡ଼ପ କରିଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ
ମହିଳାଙ୍କ ଅଭିଯୋଗ ମୁତାବକ, ମହିଳା ଗୋଷ୍ଠୀଙ୍କ ପାଇଁ ବିଭିନ୍ନ ସମୟରେ ଅନେକ ସରକାରୀ ସହାୟତା ଆସିଛି । ମାତ୍ର ବିଭାଗ ଦାୟିତ୍ୱରେ ଥିବା ଅଧିକାରୀମାନେ ସେ ଟଙ୍କା ହଡ଼ପ କରିଛନ୍ତି । ଏନେଇ ଗୋଷ୍ଠୀର ମହିଳାମାନେ ପଚାରିଲେ କୌଣସି ଉତ୍ତର ଦେଉ ନାହାନ୍ତି ଅଧିକାରୀ । ଗୋଷ୍ଠୀର ସଦସ୍ୟା କହିଛନ୍ତି, "ଗୋଷ୍ଠୀ ଗଠନ ହେବା ଦିନ ଠାରୁ କୌଣସି ସୁବିଧା ମିଳିପାରୁ ନାହିଁ । 20 ଟଙ୍କା ଜମା କରାଯାଉଛି, କିନ୍ତୁ ତାର ହିସାବ ମଧ୍ୟ ଦିଆଯାଉନାହିଁ କିମ୍ବା ଟଙ୍କା ମାଗିଲେ ମଧ୍ୟ ଫେରସ୍ତ କରାଯାଉନାହିଁ । ବିଭାଗୀୟ ଅଧିକାରୀ ଜମା ଟଙ୍କା ହଡ଼ପ କରିଛନ୍ତି ।" ତେଣୁ ବାରମ୍ବାର ଅଧିକାରୀଙ୍କ ପାଖକୁ ଆସି ନୟାନ୍ତ ହେବା ପରେ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା କହିଛନ୍ତି ।
ଇଟିଭି ଭାରତ, ଅନୁଗୋଳ