ଅନୁଗୋଳ:ପୌର ନିର୍ବାଚନକୁ ନେଇ ରାଜନୀତି ବେଶ ସରଗରମ ହେବାରେ ଲାଗିଲାଣି । ବିଭିନ୍ନ ରାଜନୈତିକ ଦଳ ତାଙ୍କର ଏଜେଣ୍ଡା ନେଇ ଲୋକଙ୍କ ପାଖକୁ ଯାଉଛନ୍ତି । ପୌର ନିର୍ବାଚନ ଯେତିକି ପାଖଉଛି ଡୋର ଟୁ ଡୋର କ୍ୟାମ୍ପେନ ସେତିକି ଜୋରଦାର ହେଉଛି । ଘରକୁ ଘର ଯାଇ ଭୋଟରଙ୍କୁ ମନେଇବା ପାଇଁ ପ୍ରାର୍ଥୀ ପ୍ରାର୍ଥିନୀ ଏବେ ନିର୍ବାଚନୀ ମଇଦାନରେ ।
ନିଜ ନିଜ ଦଳ ହେବିୱେଟଙ୍କୁ ଧରି ଘରକୁ ଘର ଆଉ ୱାର୍ଡରୁ ୱାର୍ଡ ବୁଲି ପ୍ରଚାର କରୁଛନ୍ତି। ଅନୁଗୋଳ ପୋୖର ପାଳିକାର 19 ନମ୍ବର ୱାର୍ଡରେ ନିଜ ପ୍ରଚାରକୁ ଜୋର କରିଛନ୍ତି ବିଜେଡି କାଉନସିଲର ପ୍ରାର୍ଥୀ ବଳରାମ ଜେନା । ନିଜ ସମର୍ଥକଙ୍କ ମାନଙ୍କ ସହ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ କେନ୍ଦ୍ରକରି ଭୋଟ ଭିକ୍ଷା କରୁଛନ୍ତି ।