ଅନୁଗୋଳ: କେନ୍ଦ୍ର ସରକାର ଲାଗୁ କରିଥିବା ଏନଆରସି ଓ ସିଏଏ ବିରୁଦ୍ଧରେ ଅନୁଗୋଳରେ ଦେଖିବାକୁ ମିଳିଛି ପ୍ରତିବାଦ । ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ଏହି ଆଇନକୁ ଲାଗୁ ନ କରିବାକୁ ଦାବି କରି ସଙ୍ଗଠନ ।
ସିଏଏକୁ ମହିଳା ସାଂସ୍କୃତିକ ସଙ୍ଗଠନର ବିରୋଧ - protest against caa
ସିଏଏ ଓ ଏନଆରସି ବିରୋଧରେ ସାରା ଦେଶରେ ଦେଖାଦେଇଛି ଆନ୍ଦୋଳନ । ଏହି ପରିପ୍ରେକ୍ଷୀରେ ଅନୁଗୋଳରେ ଅଲଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସିଏଏକୁ ମହିଳା ସାଂସ୍କୃତିକ ସଂଗଠନର ବିରୋଧ
ପ୍ରତିବାଦରେ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ପ୍ରଥମେ ସଙ୍ଗଠନର ବହୁ ମହିଳା ସଦସ୍ୟ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଅନୁଗୋଳ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖୀନ ବିକ୍ଷୋଭ କରିଥିଲେ । ଦେଶରେ ବେକାରୀ, ନାରୀ ନିର୍ଯାତନା ବଢି ଚାଲିଛି । ଲୋକେ ରୋଜଗାର ହରାଉଛନ୍ତି । ଏଭଳି ସ୍ଥିତିରେ କେବଳ ସମସ୍ତଙ୍କ ନଜର ହଟାଇବା ପାଇଁ ଏହି ଆଇନ ଲାଗୁ କରିଥିବା ସଙ୍ଗଠନ ଅଭିଯୋଗ କରିଛି । ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ