ଅନୁଗୋଳ: ରାଜ୍ୟର ଅନୁଗୋଳ ଜିଲ୍ଲାରେ କେବଳ 3ଟି ପ୍ରଜାତିର କୁମ୍ଭୀର ଦେଖିବାକୁ ମିଳୁଛି । ଅନୁଗୋଳର ସାତକୋଶିଆର ମହାନଦୀରେ ଘଡ଼ିଆଳ, ଭିତରକନିକା ଜାତୀୟ ଉଦ୍ୟାନରେ ମଗର ଓ ଲୁଣିପାଣି କୁମ୍ଭୀର ରହିଛି । ତେବେ ଏ ସମ୍ପର୍କରେ ସରକାରୀ ସୂତ୍ରରୁ ସୂଚନା ମିଳିଛି ।
ଏକମାତ୍ର ରାଜ୍ୟ ଭାବେ ଓଡ଼ିଶାରେ ଅଛନ୍ତି 3 ପ୍ରଜାତିର କୁମ୍ଭୀର ଘଡ଼ିଆଳି କୁମ୍ଭୀର ଅଣ୍ଡାରୁ ଛୁଆ ବାହାରିବାକୁ 70 ଦିନ ସମୟ ଲାଗୁଥିବା ବେଳେ ଛୋଟ କୁମ୍ଭୀରଗୁ଼ଡି଼କ ମା' କୁମ୍ଭୀର ସହିତ 3ରୁ 4 ସପ୍ତାହ ବା ସମ୍ପୂର୍ଣ୍ଣ ଗୋଟିଏ ମାସ ରହିଥାନ୍ତି । 1975 ମସିହାରେ ଓଡିଶାରେ ପ୍ରଥମ କରି ଘଡ଼ିଆଳ କୁମ୍ଭୀର ଦେଖିବାକୁ ମିଳିଥିଲା । ଏହି ପ୍ରଜାତିର ପ୍ରଜନନ ପ୍ରକ୍ରିୟା ମଧ୍ୟ ଦେଖିବାକୁ ମିଳିଥିଲା । ଏହି ପ୍ରଜାତିର କୁମ୍ଭୀର ଖୁବ କମ ଦେଖିବାକୁ ମିଳିଥାଏ । ଏହାପରେ ଗତ ମେ ମାସରେ ମହାନଦୀ ଓ ସାତକୋଶିଆ ଅଞ୍ଚଳରେ 28ଟି ଛୁଆ କୁମ୍ଭୀରକୁ ଦେଖିବାକୁ ମିଳିଥିଲା । କୁମ୍ଭୀର ବିଶେଷଜ୍ଞମାନେ ଡ୍ରୋନ ଦ୍ବାରା ଏହି ଛୁଆ କୁମ୍ଭୀରକୁ ତର୍ଜମା କରିବା ପରେ ସେମାନେ ଘଡିଆଳ ପ୍ରଜାତିର ବୋଲି ଜାଣିବାକୁ ପାଇଥିଲେ ।
ଓଡ଼ିଶାରେ କେବଳ ରହିଛି 3 ପ୍ରଜାତିର କୁମ୍ଭୀର ଗତ କିଛି ବର୍ଷ ଧରି ଓଡିଶାରେ ଘଡ଼ିଆଳ ପ୍ରଜାତିର କୁମ୍ଭୀର ସଂଖ୍ୟା ଲୋପ ପାଇଥିଲା । କିନ୍ତୁ ଦୀର୍ଘ 40 ବର୍ଷ ଅପେକ୍ଷା କରିବା ପରେ ଘଡିଆଳ କୁମ୍ଭୀର ପ୍ରଜାତିର ପ୍ରାକୃତିକ ଭାବରେ ବଂଶବୃଦ୍ଧି ହୋଇଛି । ଗତ 3 ବର୍ଷ ମଧ୍ୟରେ ରାଜ୍ୟରେ 13ଟି ଘଡ଼ିଆଳ କୁମ୍ଭୀର ଦେଖିବାକୁ ମିଳିଥିଲା । କିନ୍ତୁ ବର୍ତ୍ତମାନ ସେମାନଙ୍କ ମଧ୍ୟରୁ 8ଟି ବଞ୍ଚିଛନ୍ତି । ସେମାନଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଜଙ୍ଗଲ ବିଭାଗ ରେଡିଓ କଲାର ମାଧ୍ୟମରେ ଟ୍ରାକ କରୁଛି । ଘଡ଼ିଆଳ ପ୍ରଜାତିର କୁମ୍ଭୀର ଲୋକମାନଙ୍କୁ କ୍ଷତି ପହଞ୍ଚାଇନଥାନ୍ତି ।
ଘଡ଼ିଆଳ କୁମ୍ଭୀରଗୁଡିକ ଅଣ୍ଡା ଦେବା ପାଇଁ ନଦୀ କୂଳର କାଦୁଅ ଉପରକୁ ଆସିଥାନ୍ତି । ପ୍ରଥମେ ନନ୍ଦନକାନନରୁ ଗୋଟିଏ ଘଡ଼ିଆଳ କୁମ୍ଭୀରକୁ ଆଣି ନଦୀରେ ଛଡ଼ାଯାଇଥିଲା ବୋଲି ଅନୁଗୋଳର ଜଙ୍ଗଲ ସଂରକ୍ଷଣକାରୀ ଶୁଭେନ୍ଦୁ ବେହେରା ସୂଚନା ଦେଇଛନ୍ତି । ଘଡ଼ିଆଳ କୁମ୍ଭୀରଗୁଡିକ ମାଛଧରାଳୀଙ୍କ ଜାଲରେ ପଡି ଶିକାର ହୋଇଥାନ୍ତି । ତେବେ ସେମାନେ ଅନ୍ୟ 2 ପ୍ରଜାତି ଠାରୁ ଦୁର୍ବଳ ହୋଇଥିବାରୁ ତାଙ୍କୁ ଆଇନ ଅନୁସାରେ ସୁରକ୍ଷା ଆବଶ୍ୟକ ବୋଲି ଅନୁଗୋଳ ଜିଲ୍ଲାର ବନ୍ୟଜନ୍ତୁ ୱାର୍ଡେନ ପ୍ରସନ୍ନ ବେହେରା ସୂଚନା ଦେଇଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ