ଅନୁଗୋଳ: କାହିଁକି ବନ୍ଦ ହେଲା କଲେଜ ନିର୍ବାଚନ? ବଢୁଛି ପ୍ରତିବାଦ, ଆରମ୍ଭ ହୋଇଛି ବିକ୍ଷୋଭ । ନିର୍ବାଚନ ବାତିଲକୁ ନେଇ ଛାତ୍ର ଅସନ୍ତୋଷ ତୀବ୍ର ହେବାରେ ଲାଗିଲାଣି । ଛାତ୍ର ସଂଗଠନ ଏବେ ସରକାର ନିଷ୍ପତ୍ତି ବିରୁଦ୍ଧରେ ସ୍ବର ଉଠାଇବା ସହ ରାସରାସ୍ତାକୁ ଓହ୍ଲାଇଛନ୍ତି । ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତି ବିରୋଧରେ ପ୍ରତିବାଦ କରିଛି ଅଲଇଣ୍ଡିଆ ଛାତ୍ର ସଂଗଛନ ଡିଏସ୍ଓ । ଏଥିସହ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣଙ୍କ କୁଶପୁତ୍ତଳିକା ଦାହ କରିଛି ଏଆଇଡିଏସଓ ।
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହକଲା ଏଆଇଡିଏସଓ - Cancels of Student Union Election
ଛାତ୍ର ସଂସଦ ନିର୍ବାଚନ ବନ୍ଦ ନିଷ୍ପତ୍ତି ବିରୋଧରେ ପ୍ରତିବାଦ କରିଛି ଅଲଇଣ୍ଡିଆ ଛାତ୍ର ସଂଗଠନ ଡିଏସ୍ଓ । ଏଥିସହ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣଙ୍କ କୁଶପୁତ୍ତଳିକା ଦାହ କରିଛି ଏଆଇଡିଏସଓ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
ଏଆଇଡିଏସଓ ଅନୁଗୋଳ ଶାଖା ପକ୍ଷରୁ ଛାତ୍ରଛାତ୍ରୀ ବିକ୍ଷୋଭ କରିବା ସହ ସରକାର ନିଷ୍ପତି ବଦଳାନ୍ତୁ ବୋଲି ଦାବି କରିଛନ୍ତି । ହାତରେ ପ୍ଲାକାର୍ଡ ଧରି ରାଜରାସ୍ତାରେ ନରା ବାଜି କରିଛନ୍ତି ଛାତ୍ରଛାତ୍ରୀ । ଗଣତନ୍ତ୍ରର ହତ୍ୟା ଓ କଣ୍ଠରୋଧ କରାଯାଇଥିବା କହିଛନ୍ତି ଛାତ୍ରଛାତ୍ରୀ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ