ଅନୁଗୋଳ: ରାଜ୍ୟ ସରକାରଙ୍କ ଅହିଂସା ରଥ ଶୁକ୍ରବାର ଅନୁଗୋଳରେ ପହଞ୍ଚିଛି । ସମ୍ବିଧାନର ମୁଖ ବନ୍ଧରେ ଅହିଂସାକୁ ସାମିଲ କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ରଥ ପ୍ରତି ସହର ଓ ଗ୍ରାମାଞ୍ଚଳରେ ପରିକ୍ରମା କରୁଛି ।
ମହାତ୍ମାଙ୍କ ମୂଳମନ୍ତ୍ର ନେଇ ଅନୁଗୋଳରେ ପରିକ୍ରମା କଲା ଅହିଂସା ରଥ - ahinsa chariot
ରାଜ୍ୟ ସରକାରଙ୍କ ଅହିଂସା ରଥ ଶୁକ୍ରବାର ଦିନ ଅନୁଗୋଳରେ ପହଞ୍ଚିଛି । ଏହି ରଥ ଅନୁଗୋଳରେ ପହଞ୍ଚିବା ପରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଅଧିକ ପଢନ୍ତୁ
ମୁଖ୍ୟମନ୍ତ୍ରୀ ଏହି ରଥକୁ ଉଦଘାଟନ କରିଥିବା ବେଳେ ଶୁକ୍ରବାର ରଥ ଅନୁଗୋଳରେ ପହଁଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା। ପୌର ପାଳିକାର ଲୋକ ପ୍ରତିନିଧି, ମହିଳା ସ୍ୱୟଂ ସାୟକ ଗୋଷ୍ଠୀ ମାନଙ୍କ ସହ ଜିଲ୍ଲା ପ୍ରଶାସନ ଅଧିକାରୀମାନେ ଏହି ରଥକୁ ସ୍ୱାଗତ କରିଥିଲେ । ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଏହି ରଥକୁ ପତାକା ଦେଖାଇ ଜିଲ୍ଲା ପରିକ୍ରମା ପାଇଁ ଶୁଭାରମ୍ଭ କରିଥିଲେ । ପ୍ରଥମେ ଏହି ରଥ ଗାନ୍ଧୀଙ୍କ ଆଦର୍ଶରେ ପରିଚାଳିତ ବାଜି ରାଉତ ଛାତ୍ରାବାସ ପରିକ୍ରମା କରିଥିଲା । ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଏଭଳି ବାର୍ତ୍ତା ପ୍ରଚାର ପାଇଁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି ।
ଇଟିଭି ଭାରତ, ଅନୁଗୋଳ