ଅନୁଗୋଳ: ତାଳଚେର ମେଡିକାଲ କଲେଜରେ ନାମଲେଖା ପ୍ରକ୍ରିୟା ଆରମ୍ଭ ଦାବୀରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା । ତାଳଚେର ମେଡିକାଲ କଲେଜକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ୨0୨0-୨୧ ଶିକ୍ଷା ବର୍ଷରେ ଏମଵିଵିଏସ ପାଠ୍ୟକ୍ରମ ଆରମ୍ଭ କରିବା ଦାବି ନେଇ ତାଳଚେର ମେଡିକାଲ କଲେଜ ସଂଘର୍ଷ ସମିତି ପକ୍ଷରୁ ଆଜିଠାରୁ ୩ ଦିନିଆ ଗଣଧାରଣା ଆରମ୍ଭ କରାଯାଇଛି ।
ଆଜକୁ ପ୍ରାୟ ୫ବର୍ଷ ହେଲାଣି ଏମିସିଏଲ ଦ୍ଵାରା ୪୯୦ କୋଟି ଟଙ୍କାର ବ୍ୟୟରେ ଏହି ମେଡ଼ିକାଲ କଲେଜ ନିର୍ମିତ ହୋଇସାରିଛି । ହେଲେ ଅଦ୍ୟାବଧି ଏଠାରେ ନାମଲେଖା ଏବେ ସୁଦ୍ଧା ହୋଇପାରିନାହିଁ । ଇତି ମଧ୍ୟରେ ରାଜ୍ୟ ସରକାର 4ଟି ଜାଗାରେ ମେଡିକାଲ କଲେଜ ସ୍ଥାପନ କରି ପାଠ୍ୟକ୍ରମ ଆରମ୍ଭ କରିଥିବା ବେଳେ ଆଉ ୫ଟି ସ୍ଥାନରେ ରାଜ୍ୟ ସରକାର ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ହେଲେ ଏଠାରେ ପାଠ୍ୟକ୍ରମ ଆରମ୍ଭ କରିବାକୁ କୌଣସି ପଦକ୍ଷେପ ନିଆଯାଉ ନାହିଁ ବୋଲି ଅଭିଯୋଗ କରିଛି ମେଡିକାଲ ସଂଘର୍ଷ କମିଟି।