ଓଡିଶା

odisha

ETV Bharat / state

ଗୋଟିଏ ଦିନର ହ୍ରାସ ପରେ ଅନୁଗୋଳରେ ପୁଣି ବଢିଲା କୋରୋନା - corona update from angul

ଗୁରୁବାର ଅନୁଗୋଳରୁ ନୂତନ 95 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 9 ଜଣ ଆକ୍ରାନ୍ତ ବାହାର ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 159ରେ ପହଞ୍ଚିଛି ।

ଅନୁଗୋଳରେ ପୁଣି ବଢିଲା କୋରୋନା
ଅନୁଗୋଳରେ ପୁଣି ବଢିଲା କୋରୋନା

By

Published : Nov 13, 2020, 7:48 AM IST

ଅନୁଗୋଳ: ଗୋଟିଏ ଦିନର ହ୍ରାସ ପରେ ପୁଣି ବଢିଲା କୋରୋନା ସଂକ୍ରମଣ । ଗୁରୁବାର ଜିଲ୍ଲାରୁ ନୂତନ 95 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 9 ଜଣ ଆକ୍ରାନ୍ତ ବାହାର ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 159ରେ ପହଞ୍ଚିଛି ।

ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବଅଁରପାଳ ବ୍ଲକ ଅଞ୍ଚଳରୁ 25 ଜଣ( 20 ଜଣ ପୁରୁଷ , 5 ମହିଳା) , ତାଳଚେର ବ୍ଲକରୁ 18 (12 ଜଣ ପୁରୁଷ ଓ 6 ଜଣ ମହିଳା), ଅନୁଗୋଳ ପୌରାଞ୍ଚଳରୁ 13 ଜଣ (8 ପୁରୁଷ, 5 ଜଣ ମହିଳା), ଅନୁଗୋଳ ବ୍ଲକ ଅଞ୍ଚଳରୁ 10 ଜଣ( 5ଜଣ ପୁରୁଷ ଓ 5 ଜଣ ମହିଳା), କଣିହାଁ ବ୍ଲକ ଅ଼୍ଚଳରୁ 10 ଜଣ( 6 ଜଣ ପୁରୁଷ ଓ 4 ଜଣ ମହିଳା), ଛେଣ୍ଡିପଦା ବ୍ଲକ ଅଞ୍ଚଳରୁ ୭ ଜଣ ( ୫ ଜଣ ପୁରୁଷ ଓ ୨ ଜଣ ମହିଳା ) , କିଶୋରନଗର ବ୍ଲକ ଅଞ୍ଚଳରୁ ୩ ଜଣ ( ୨ଜଣ ପୁରୁଷ ଓ ୧ ଜଣ ମହିଳା ) , ପାଲଲହଡା ବ୍ଳକ ଅଞ୍ଚଳରୁ ୨ ଜଣ ( ୨ ଜଣ ପୁରୁଷ ) , ତାଳଚେର ପୌରାଞ୍ଚଳରୁ ୨ ଜଣ ( ୨ ଜଣ ପୁରୁଷ ) , ଆଠମଲ୍ଲିକ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ( ୨ ଜଣ ପୁରୁଷ ) ଓ ଆଠମଲ୍ଲିକ ବ୍ଲକ ଅଞ୍ଚଳରୁ ୧ ଜଣ ( ୧ ଜଣ ପୁରୁଷ ) ରହିଛନ୍ତି ।

ଗୁରୁବାର ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ଅନ୍ୟ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଛନ୍ତି । ସମସ୍ତ ଲକ୍ଷଣଯୁକ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି । ସ୍ବଳ୍ପ ଲକ୍ଷଣଯୁକ୍ତ ଓ ଲକ୍ଷଣବିହୀନ ଆକ୍ରାନ୍ତଙ୍କୁ ନିଜ ଘରେ ଆଇସୋଲେସନରେ ରଖାଯାଇ ନିରୀକ୍ଷଣ କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରକାଶ କରିଛନ୍ତି ।

ସେପଟେ, ଜିଲ୍ଲାରୁ 79 ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 14 ଜଣ କୋଭିଡ ହସ୍ପିଟାଲରୁ ଓ 65 ଜଣ ହୋମ ଆଇସୋଲେସନରୁ ରହିଛନ୍ତି । ସେହିପରି ଜିଲ୍ଲାରେ କୋରୋନା ଆକ୍ରାନ୍ତ ହୋଇ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ଜିଲ୍ଲାରେ କୋରୋନାର ମୃତ୍ୟୁ ସଂଖ୍ୟା ସରକାରୀ ଭାବେ 24 ଜଣଙ୍କର ହୋଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details