ଅନୁଗୋଳ: ଭରତପୁର କୋଇଲା ଖଣିରେ ମାଟି ଅତଡ଼ା ଧସିବା ପରଠାରୁ ବନ୍ଦ ଥିଲା ଖଣି । ଜିଲ୍ଲା ପ୍ରଶାସନ ତାଳଚେର ସୁରକ୍ଷା ମଞ୍ଚ, ଠିକାଦାର ସଂଘ, ତାଳଚେର ବିଧାୟକ ଏବଂ ମୃତକଙ୍କ ପରିବାର ଲୋକଙ୍କ ସହ କରିଛନ୍ତି ଆଲୋଚନା । ଆଠ ଦିନପରେ ପୂର୍ବପରି ଖଣି ସ୍ବଭାବିକ ଭାବେ ଚାଲୁରହିବ ହେବ ବୋଲି ଆଲୋଚନା ପରେ କହିଛନ୍ତି ।
ମାଟି ଅତଡ଼ା ଧସି ଚାରି ଜଣଙ୍କ ଜୀବନ ଚାଲିଯିବା ପରେ ଅଶାନ୍ତ ରହିଥିଲା ଅଞ୍ଚଳ । ବନ୍ଦ ରହିଥିଲା କୋଇଲା ଖଣି । ଫଳରେ NTPC ରେ ଦେଖାଦେଇଥିଲା କୋଇଲା ସଙ୍କଟ । ବିଜୁଳି ଉତ୍ପାଦନରେ ସୃଷ୍ଟି ହୋଇଥିଲା ସମସ୍ୟା । ଏହା ସହ କୋଇଲା ଖଣି ଉପରେ ନିର୍ଭର କରୁଥିବା ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟ ଏକପ୍ରକାର ବନ୍ଦ ହେବାକୁ ବସିଥିଲା । ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲା ପ୍ରଶାସନ ।