ଓଡିଶା

odisha

ETV Bharat / state

2 ଦିନ ନାକେଦମ କଲା, ଆଜି ଟ୍ରକରେ ଗଲା ଦନ୍ତା - ଟ୍ରକରେ ଗଲା ଦନ୍ତା

ଦୁଇ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଢେଙ୍କାନାଳ ଯାଉଛି ଦନ୍ତା । ତାଳଚେର ବନାଞ୍ଚଳ ଜଗନ୍ନାଥ କୋଇଲା ଖଣି ନିକଟ ଏକ ସଂରକ୍ଷିତ ଜଙ୍ଗଲରୁ ଏହି ନରହନ୍ତା ଦନ୍ତାକୁ କାବୁ କରିଥିଲା ଟ୍ରାଙ୍କୁଲାଇଜ ଟିମ ଓ ବନ ବିଭାଗ।

2ଦିନ ନୟାନ୍ତ ପରେ ଟ୍ରକରେ ଗଲା ଦନ୍ତା
2ଦିନ ନୟାନ୍ତ ପରେ ଟ୍ରକରେ ଗଲା ଦନ୍ତା

By

Published : Jan 22, 2020, 11:12 AM IST

ଅନୁଗୋଳ: ବନ ବିଭାଗକୁ ନୟାନ୍ତ କରିବା ପରେ ଢେଙ୍କାନାଳର କପିଳାସ ରେସ୍କ୍ୟୁ ସେଣ୍ଟରକୁ ଯାଉଛି ଦନ୍ତା। ଟ୍ରାଙ୍କୁଲାଇଜିଙ୍ଗ ପରେ 2 ଦିନ ବନ ବିଭାଗକୁ ନାକେଦମ କରି ରଖିଥିଲା । ଶେଷରେ ଆଜି ଏକ ହାଇୱା ଟ୍ରକରେ ଦନ୍ତାକୁ ପଠାଯାଉଛି । ପ୍ରଥମ ଥର ବିଫଳ ହେବା ପରେ ଦ୍ବିତୀୟ ଥରରେ ଆଜି ନରହନ୍ତା ହାତୀକୁ ସ୍ଥାନାନ୍ତର କରିଛି ବନ ବିଭାଗ ।

2ଦିନ ନୟାନ୍ତ ପରେ ଟ୍ରକରେ ଗଲା ଦନ୍ତା

ଗତକାଲି ଟ୍ରାଙ୍କୁଲାଇଜିଙ୍ଗ ପରେ କପିଳାସକୁ ସ୍ଥାନାନ୍ତର କରିବା ପାଇଁ ହାତୀକୁ ଟ୍ରକରେ ଚଢାଯାଇଥିଲା । ହେଲେ ଟ୍ରକଟିକୁ ଭାଙ୍ଗି ଦେବାରୁ ତୁରନ୍ତ ଦନ୍ତାକୁ ତଳକୁ ଓହ୍ଲାଇ ଦେଇଥିଲେ ବନ ବିଭାଗ । କିନ୍ତୁ ଆଜି ସଫଳ ଭାବେ ଏକ ଗାତ ଖୋଳି ଏକ ହାଇୱା ଟ୍ରକ ମାଧ୍ୟମରେ ଲୋଡ କରାଯାଇଛି । ଗତ ଦୁଇ ଦିନ ପୂର୍ବରୁ ତାଳଚେର ବନାଞ୍ଚଳ ଜଗନ୍ନାଥ କୋଇଲା ଖଣି ନିକଟ ଏକ ସଂରକ୍ଷିତ ଜଙ୍ଗଲରୁ ଏହି ନରହନ୍ତା ଦନ୍ତାକୁ କାବୁ କରିଥିଲା ଟ୍ରାଙ୍କୁଲାଇଜ ଟିମ ଓ ବନ ବିଭାଗ। ଏହି ଦନ୍ତା ଗତ 6 ମାସରେ 6 ଜଣଙ୍କ ଜୀବନ ନେବା ସହ ତାଳଚେର ସହରରେ ଉତ୍ପାତ ମଚାଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details