ଓଡିଶା

odisha

ETV Bharat / state

ସ୍ଥାୟୀ ନିଯୁକ୍ତି ଦାବିରେ ନାଲକୋକୁ କୋଇଲା ବନ୍ଦ, ଧାରଣାରେ ଜମି କ୍ଷତିଗ୍ରସ୍ତ - ରେଳ ଧାରଣାରେ ଆନ୍ଦୋଳନକାରୀ

ସ୍ଥାୟୀ ନିଯୁକ୍ତି ଦାବିରେ ନାଲକୋକୁ ହେଲା କୋଇଲା ବନ୍ଦ । ରେଳ ଧାରଣାରେ ବସିଛନ୍ତି ଆନ୍ଦୋଳନକାରୀ । ଅଧିକ ପଢନ୍ତୁ...

ସ୍ଥାୟୀ ନିଯୁକ୍ତି ଦାବିରେ ନାଲକୋକୁ କୋଇଲା ବନ୍ଦ, ଧାରଣାରେ ଜମି କ୍ଷତିଗ୍ରସ୍ତ
ସ୍ଥାୟୀ ନିଯୁକ୍ତି ଦାବିରେ ନାଲକୋକୁ କୋଇଲା ବନ୍ଦ, ଧାରଣାରେ ଜମି କ୍ଷତିଗ୍ରସ୍ତସ୍ଥାୟୀ ନିଯୁକ୍ତି ଦାବିରେ ନାଲକୋକୁ କୋଇଲା ବନ୍ଦ, ଧାରଣାରେ ଜମି କ୍ଷତିଗ୍ରସ୍ତ

By

Published : Nov 9, 2021, 4:52 PM IST

ଅନୁଗୋଳ:ନିଯୁକ୍ତି ଦେବ ଦେବ କହି ଠକି ଚାଲିଛି ନାଲକୋ । ଯାହାକୁ ନେଇ କ୍ଷତିଗ୍ରସ୍ତମାନେ କରିଛନ୍ତି ଅର୍ଥନୈତିକ ଅବରୋଧ । ନାଲକୋ ଦେଉଥିବା ପ୍ରତିଶ୍ରୁତି ରଖୁ ନଥିବାରୁ ସ୍ଥାୟୀ ନିଯୁକ୍ତି ଦାବି କରି ଅର୍ଥନୈତିକ ଅବରୋଧରେ ବସିଛନ୍ତି ନାଲକୋ ପାଇଁ ଜମି ହରାଇଥିବା ।

ସ୍ଥାୟୀ ନିଯୁକ୍ତି ଦାବିରେ ନାଲକୋକୁ କୋଇଲା ବନ୍ଦ, ଧାରଣାରେ ଜମି କ୍ଷତିଗ୍ରସ୍ତ

ନାଲକୋରେ ସ୍ଥାୟୀ ନିଯୁକ୍ତି ଦାବି କରି ଆଜି ନାଲକୋ କ୍ଷତିଗ୍ରସ୍ତ ପ୍ରଜା ସଙ୍ଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅର୍ଥନୈତିକ ଅବରୋଧ କରାଯାଇଛି । କ୍ଷତିଗ୍ରସ୍ତ ୩୯ଟି ଗାଁର ଶତାଧିକ ଯୁବକ ଯୁବତୀ ତାଳଚେର ଗୋବରା ଏବଂ ବଅଁରପାଳ ଗୋତମରା ଠାରେ ନାଲକୋ ରେଳ ଧାରଣା ଉପରେ ଧାରଣାରେ ବସି ରହିଛନ୍ତି । ଫଳରେ ନାଲକୋକୁ କୋଇଲା ଓ ଅନ୍ୟାନ୍ୟ କଞ୍ଚାମାଲ ବୋଝେଇ ଟ୍ରେନ ଚଳାଚଳ କରିପାରୁନାହିଁ । କ୍ଷତିଗ୍ରସ୍ତ ପ୍ରଜାସଙ୍ଘ ଅଭିଯୋଗ କରିଛି ଯେ ନାଲକୋ ରେଳପଥ ଯୋଗୁଁ ସେମାନେ ଜମି ହରାଇଛନ୍ତି ।

ସେତେବେଳେ ବହୁ ଦାବି ଆପତ୍ତି ପରେ ନାଲକୋ ନିଜସ୍ବ ଖର୍ଚ୍ଚରେ କ୍ଷତିଗ୍ରସ୍ତ ୧୫୮ ଜଣ ଯୁବକ ଯୁବତୀଙ୍କୁ ITI ତାଲିମ ଦେଇଥିଲା । ତାଲିମ ଶେଷ ହେବା ପରେ ନିଯୁକ୍ତି ଦେବାକୁ ପ୍ରତିଶୃତି ଦେଇଥିଲା । କିନ୍ତୁ ଇତିମଧ୍ୟରେ ୧୨ ବର୍ଷ ବିତି ଯାଇଥିଲେ ମଧ୍ୟ ନିଯୁକ୍ତି ଦେବାର ନା ଧରୁନି । ବହୁବାର ପ୍ରଶାସନର ମଧ୍ୟସ୍ଥତାରେ ବୈଠକ ହୋଇଛି । କିନ୍ତୁ ନାଲକୋ କାହା କଥା ଶୁଣୁ ନାହିଁ । ତେଣୁ ବାଧ୍ୟ ହୋଇ ସେମାନେ ଆନ୍ଦୋଳନ କରିଥିବା କହିଛନ୍ତି । ଯେପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ଏହି ଅର୍ଥନୈତିକ ଅବରୋଧ ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details