ଓଡିଶା

odisha

ETV Bharat / state

ରନ୍ଧା ଖାଦ୍ୟ ଦେବାକୁ ଅମଙ୍ଗ ପ୍ରଶାସନ: କନ୍ଦା ଖାଇ ବଞ୍ଚୁଛନ୍ତି ଆଦିବାସୀ ପରିବାର !

ଅନୁଗୋଳରେ ଗରିବ ଖଟିଖିଆଙ୍କ ପାଇଁ ଏବେ ଲକ୍‌ଡାଉନ୍‌ର ଦୁଃଖ । ସରକାର ସେମାନଙ୍କୁ ରନ୍ଧା ଖାଦ୍ୟ ପଞ୍ଚାୟତ ଜରିଆରେ ଯୋଗାଇ ଦେବାକୁ କହିଥିବାବେଳେ ଏବେ ପ୍ରଶାସନ ସେମାନଙ୍କୁ ଖାଦ୍ୟ ଦେବାକୁ ଅମଙ୍ଗ ହେଉଛି । ଅଧିକ ପଢନ୍ତୁ...

administration
ରନ୍ଧା ଖାଦ୍ୟ ଦେବାକୁ ଅମଙ୍ଗ ପ୍ରଶାସନ : କନ୍ଦା ଖାଇ ବଞ୍ଚୁଛନ୍ତି ଆଦିବାସୀ ପରିବାର !

By

Published : Apr 1, 2020, 5:48 PM IST

ଅନୁଗୋଳ: ଗରିବ ଖଟିଖିଆଙ୍କ ପାଇଁ ଏବେ ଲକ୍‌ଡାଉନ୍‌ର ଦୁଃଖ । ସବୁଦିନ କାମ ଧନ୍ଦା କରି ବଞ୍ଚୁଥିବା ଲୋକଙ୍କ ହାତରେ କାମ ନାହିଁ । କଣ କରିବେ ଏବେ ସେହି ଚିନ୍ତାରେ ସେମାନେ । ସରକାର ସେମାନଙ୍କୁ ରନ୍ଧା ଖାଦ୍ୟ ପଞ୍ଚାୟତ ଜରିଆରେ ଯୋଗାଇ ଦେବାକୁ କହିଥିବାବେଳେ ଏବେ ପ୍ରଶାସନ ସେମାନଙ୍କୁ ଖାଦ୍ୟ ଦେବାକୁ ଅମଙ୍ଗ ହେଉଛି । ଏଭଳି ଏକ ଘଟଣା ଅନୁଗୋଳରେ ସାମ୍ନାକୁ ଆସିଛି ।

ରନ୍ଧା ଖାଦ୍ୟ ଦେବାକୁ ଅମଙ୍ଗ ପ୍ରଶାସନ : କନ୍ଦା ଖାଇ ବଞ୍ଚୁଛନ୍ତି ଆଦିବାସୀ ପରିବାର !

ଜିଲ୍ଲାରେ କୋରୋନା ମୁକାବିଲା ଓ ଗରିବ ଦିନ ମଜୁରିଆଙ୍କୁ ରନ୍ଧା ଖାଦ୍ୟ ଦେବା ସତେ ଯେମିତି ପ୍ରହସନ ପାଲଟିଛି । ଗରିବ ଆଦିବାସୀ ପରିବାର ଯିଏ ଦିନ ମଜୁରୀ ଓ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କଲେ ତାକୁ ବିକି ପେଟ ପୋଷନ୍ତି । ଏବେ ତାଲାବନ୍ଦ ଯୋଗୁଁ ସେମାନେ ଦୁର୍ଦ୍ଦଶାରେ ସମୟ ବିତାଉଛନ୍ତି । ଖାଦ୍ୟ ନଥିବାରୁ ଜଙ୍ଗଲରୁ କନ୍ଦା ସଂଗ୍ରହ କରି ତାକୁ ଖାଉଥିବାବେଳେ ତାଙ୍କୁ ଏବେ ରନ୍ଧା ଖାଦ୍ୟ ଯୋଗାଇବାକୁ ଅମଙ୍ଗ ହୋଇଛି ପ୍ରଶାସନ । ଏଭଳି ଚିତ୍ର ସାମ୍ନାକୁ ଆସିଛି ଜିଲ୍ଲାର ଆନ୍ତଲିଆ ପଞ୍ଚାୟତ ତବଡା ଗାଁରୁ ।

ଗାଁରେ ରୁହନ୍ତି ପ୍ରାୟ 7 ଟି ଆଦିବାସୀ ପରିବାର । ଏବେ ସେମାନେ ତାଲାବନ୍ଦ ଯୋଗୁଁ ଖାଦ୍ୟାଭାବର ଶିକାର ହୋଇଛନ୍ତି । କାମଧନ୍ଦା ନଥିବାବେଳେ ଜଙ୍ଗଲରୁ କନ୍ଦା ଆଣି ଖାଉଥିବା ଦେଖିବାକୁ ମିଳିଛି । ସେପଟେ ପ୍ରଥମେ ଏମାନଙ୍କୁ ଦୁଇଦିନ ରନ୍ଧା ଖାଦ୍ୟ ଦେବାପରେ ଏବେ ତାହା ବନ୍ଦ କରିଦେଇଛି ପ୍ରଶାସନ । ଏମାନେ କୁଆଡେ ରନ୍ଧା ଖାଦ୍ୟ ଖାଇବାକୁ ଯୋଗ୍ୟ ନୁହଁନ୍ତି ବୋଲି ପଞ୍ଚାୟତ ଅଧିକାରୀ କହିଥିବା ଅଭିଯୋଗ ହୋଇଛି । ତେବେ ଯେଉଁଠି ସରକାର ଦେବାକୁ ପ୍ରସ୍ତୁତ ସେଠି ପ୍ରଶାସନ କାହିଁକି ଯେ କୁନ୍ଥୁକୁନ୍ଥୁ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details