ଓଡିଶା

odisha

ETV Bharat / state

ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ପ୍ରସଙ୍ଗ, ଭୁଲ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ

ସ୍ଵର୍ଗତ ନବକୃଷ୍ଣ ଚୌଧୁରୀଙ୍କ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗକୁ ନେଇ ହସ୍ତକ୍ଷେପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

nabakrushna choudhury statue issue
nabakrushna choudhury statue issue

By

Published : Apr 6, 2023, 6:33 PM IST

ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ପ୍ରସଙ୍ଗ

ଅନୁଗୋଳ : ଥମିନି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତ୍ୟାଗର ପ୍ରତୀକ ସ୍ଵର୍ଗତ ନବକୃଷ୍ଣ ଚୌଧୁରୀଙ୍କ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗ । ଘଟଣା ଜିଲ୍ଲାରୁ ଯାଇ ରାଜ୍ୟରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ହସ୍ତକ୍ଷେପ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଆଜି ଅନୁଗୋଳ ଆସିଥିଲେ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଟିମ୍‌ । ସଂସ୍କୃତି ବିଭାଗ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ ଦାଶଙ୍କ ନେତୃତ୍ୱରେ ଏକ ଟିମ ଅନୁଗୋଳ ଆସି ଘଟଣା ଅନୁଧ୍ୟାନ କରିଛନ୍ତି । ଅନୁଗୁଳ ପ୍ରଶାସନ ଦ୍ୱାରା ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ବାରମ୍ବାର ବିକୃତ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ଅନୁଧ୍ୟାନ କରିଛନ୍ତି ଏହି ସ୍ୱତନ୍ତ୍ର ଟିମ । ମୂର୍ତ୍ତି ନିର୍ମାଣ କରାଇଥିବା ପୌରପାଳିକାର ନିର୍ବାହୀ ଅଧିକାରୀଙ୍କୁ ଏଥିପାଇଁ କୈଫତ ତଲବ ମାଗିବା ସହ ଘଟଣା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବ ବୋଲି କମିଟି ସୂଚନା ଦେଇଛି ।

ତେବେ ବିନା ପରାମର୍ଶରେ କମିଟି କିଭଳି ମହାମନୀଷିଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ତାଙ୍କୁ ବିକୃତ ଭାବେ ଚିତ୍ରଣ କରାଗଲା ସେନେଇ କମିଟି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଇବ ବୋଲି ସୂଚନା ଦେଇଛନ୍ତି । ଏଥିସହ ଏହି କମିଟି ହାକିମପଡ଼ାରେ ଥିବା ନବ ବାବୁ ଓ ମାଳତୀ ଦେବୀଙ୍କ ବାଜି ରାଉତ ଛାତ୍ରବାସ ଯାହାକି ଦୀର୍ଘ ଦିନ ହେବ ଅବହେଳିତ ହୋଇ ପଡ଼ି ରହିଛି ତାର ତଦାରଖ କରିଛନ୍ତି । ସେହିପରି ଆଶ୍ରମରେ କଣ ସବୁ ଅସୁବିଧା ରହିଛି ଏବଂ ବାପି କୁଟୀର କିଭଳି ରକ୍ଷଣାବେକ୍ଷଣ କରାଯିବ ସେନେଇ ସବିଶେଷ ପଚାରି ବୁଝିଥିଲେ । ସେହିପରି ଏହାର କିଭଳି ସମାଧାନ କରାଯିବ ସେନେଇ ଆଶ୍ରମର ପରିଚାଲିକା ତଥା ନବକୃଷ୍ଣ ଚୌଧୁରୀଙ୍କ ଝିଅ କ୍ରିଷ୍ଣା ମହାନ୍ତି ଓ ବାଜିରାଉତ ଛାତ୍ରବାସର ସଭାପତି ଆଲୋଚନା କରିଛନ୍ତି ।

ଅନ୍ୟପଟେ ଏନେଇ କମିଟି ଏକ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରିବା ସହ ପୁରୀର ସୁଆଣ୍ଡୋ ଢାଞ୍ଚାରେ ଆଶ୍ରମର ଉନ୍ନତିକରଣ କରାଯିବାକୁ ସରକାରଙ୍କୁ ଅବଗତ କରାଯିବ ବୋଲି ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ନେତୃତ୍ୱରେ ଯୁଗ୍ମ ନିର୍ଦେଶକ ସୁବୋଧ ଆଚାର୍ଯ୍ୟ, ଓବିସିସି ପରିଚାଳନା ନିର୍ଦ୍ଦେଶକ ଜୟନ୍ତ କୁମାର ଦାସ, ମୂର୍ତ୍ତି ଶିଳ୍ପୀ ଜୟନ୍ତ ଦାସ ଏବଂ ଅକ୍ଷୟ ବେରୁଆଙ୍କ ସମେତ ଏକ ୧୧ଜଣିଆ ଟିମ୍‌ ଅନୁଗୋଳ ଗସ୍ତ କରି ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରିଛନ୍ତି । ବାଜି ରାଉତ ଛାତ୍ରାବାସ ସମେତ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିବା ଗୋପବନ୍ଧୁ ପାର୍କ ଓ ଅନ୍ୟାନ୍ୟ ସ୍ଥାନ ବୁଲି ଦେଖିବା ସହ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details