ଓଡିଶା

odisha

ETV Bharat / state

ଗଣେଶ ପୂଜା ଭସାଣୀରେ ଦୁର୍ଘଟଣା, ଜଣେ ମୃତ

ଢେଙ୍କାନାଳ ସହରରେ ଗଣେଶ ଭସାଣୀ ଚାଲିଥିବା ବେଳେ ଅଘଟଣ । ମୋଟର ସାଇକେଲ ଉପରେ ବସ ଚଢିଯିବାରୁ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଛି ।

By

Published : Sep 9, 2019, 5:41 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଢେଙ୍କାନାଳ ସହରରେ ଗଣେଶ ଭସାଣୀ ଚାଲିଥିବା ବେଳେ ଅଘଟଣ । ମୋଟର ସାଇକେଲ ଉପରେ ବସ ଚଢିଯିବାରୁ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଛି । ଏହା ପରେ ସେଠାରେ ଉତ୍ତେଜନା ଲାଗି ରହିଥିବା ବେଳେ ଖବର ପାଇ ପହଞ୍ଚିଛି ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁଯାୟୀ ସହରରେ ଗଣେଶ ପୂଜା ଭସାଣୀ ଚାଲିଥିବା ସମୟରେ ସ୍ଥାନୀୟ କୁଞ୍ଜକାନ୍ତଠାରେ ଘରୋଇ ବସ ‘ତରଙ୍ଗିନୀ’ ଏକ ମୋଟର ସାଇକେଲ ଉପରେ ଚଢି ଯାଇଥିଲେ । ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀ କେଶବ ଦେହୁରୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ଜଣଙ୍କ ଚଣ୍ଡିଆ ସାହିର ବାସିନ୍ଦା ହୋଇଥିବା ବେଳେ ଦୁର୍ଘଟଣାରେ ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଭଙ୍ଗାରୁଜା ଆରମ୍ଭ କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details