ଓଡିଶା

odisha

ETV Bharat / state

ଡାକ୍ତରଙ୍କୁ ଅଣଦେଖା ନେଇ ଜିଲ୍ଲାପାଳଙ୍କ ନିକଟରେ କ୍ଷୋଭ ପ୍ରକାଶ! - ଜିଲ୍ଲାପାଳଙ୍କ ନିକଟରେ କ୍ଷୋଭ ପ୍ରକାଶ

ଡାକ୍ତରଙ୍କୁ ମିଳୁନି କୋଭିଡ ଯୋଦ୍ଧାର ମାନ୍ୟତା । ସ୍ବାସ୍ଥ୍ୟ ବିଭାଗର ସବୁ କାମ କରି ଅବହେଳିତ ଆୟୁଷ ଡାକ୍ତର। କୋଭିଡ ଭଳି ମହାମାରୀ ସ୍ଥିତିରେ ଲୋକଙ୍କୁ ସମସ୍ତ ପ୍ରକାର ସ୍ବାସ୍ଥ୍ୟ ସେବା ଯୋଗାଇ ଥିଲେ ବି ତାଙ୍କୁ ଅଣଦେଖା କରାଯାଇଛି । ଅଧିକ ଖବର ପଢନ୍ତୁ...

ଡାକ୍ତରଙ୍କୁ ଅଣଦେଖା ନେଇ ଜିଲ୍ଲାପାଳଙ୍କ ନିକଟରେ କ୍ଷୋଭ ପ୍ରକାଶ!
ଡାକ୍ତରଙ୍କୁ ଅଣଦେଖା ନେଇ ଜିଲ୍ଲାପାଳଙ୍କ ନିକଟରେ କ୍ଷୋଭ ପ୍ରକାଶ!

By

Published : Aug 12, 2020, 9:37 PM IST

ଅନୁଗୋଳ: ଡାକ୍ତରଙ୍କୁ ମିଳୁନି କୋଭିଡ ଯୋଦ୍ଧାର ମାନ୍ୟତା । ସ୍ବାସ୍ଥ୍ୟ ବିଭାଗର ସବୁ କାମ କରି ଅବହେଳିତ ଆୟୁଷ ଡାକ୍ତର। କୋଭିଡ ଭଳି ମହାମାରୀ ସ୍ଥିତିରେ ଲୋକଙ୍କୁ ସମସ୍ତ ପ୍ରକାର ସ୍ବାସ୍ଥ୍ୟ ସେବା ଯୋଗାଇ ଥିଲେ ବି ତାଙ୍କୁ ଅଣଦେଖା କରାଯାଇଛି । ଏଭଳି ଅଭିଯୋଗ ସହ ଆଠଟି ଦାବି କରିଛନ୍ତି ଆୟୁଷ ଡାକ୍ତରମାନେ।

ଡାକ୍ତରଙ୍କୁ ଅଣଦେଖା ନେଇ ଜିଲ୍ଲାପାଳଙ୍କ ନିକଟରେ କ୍ଷୋଭ ପ୍ରକାଶ!

ଜିଲ୍ଲାରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନେ ଆଜି ଜିଲ୍ଲାପାଳଙ୍କୁ ଭେଟି ନିଜର ଦାବି ଜଣାଇଛନ୍ତି । ଏମବିବିଏସ ଡାକ୍ତରଙ୍କ ଭଳି ସେମାନେ ସମସ୍ତ ସ୍ବାସ୍ଥ୍ୟ ସେବା ଲୋକଙ୍କୁ ଯୋଗାଇଛନ୍ତି । କୋଭିଡ ସ୍ଥିତି ଜାରି ରହିଥିବାବେଳେ ସ୍ବାବ ସଂଗ୍ରହ ଠାରୁ ଆରମ୍ଭ କରି ଘର ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଆଦି ସବୁ କାର୍ଯ୍ୟ କରୁଛନ୍ତି । ହେଲେ ସରକାର ସେମାନଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ଦେଇ ନାହାଁନ୍ତି ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଡାକ୍ତରମାନେ ।

ଦାବି ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details