ଅନୁଗୋଳ: ଝୁଲନ୍ତା ଅବସ୍ଥାରେ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇ ସାହିରେ ଘଟିଛି ଏହି ଅଘଟଣ । ଗାଁ ପାଖରେ ଥିବା ଏକ ମହୁଲ ଗଛରୁ ଜଣେ କଲେଜ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି ।
ମୃତ ଛାତ୍ରଜଣକ ହେଲେ ଛେଣ୍ଡିପଦା ବାପୁଜୀ କଲେଜ ଛାତ୍ର ବିବେକାନନ୍ଦ ସାହୁ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ, ଛେଣ୍ଡିପଦା ଥାନା ବରପଦା ଗ୍ରାମର ଡିଲେଶ୍ବର ସାହୁଙ୍କ ପୁଅ ବିବେକାନନ୍ଦ ବାପୁଜୀ କଲେଜର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର । ଆଜି ହଷ୍ଟେଲ ପଛପାଖରୁ ୨୦୦ମିଟର ଦୂର ଏକ ମହୁଲ ଗଛରେ ବିବେକାନନ୍ଦଙ୍କ ମୃତଦେହ ଝୁଲୁଥିବା ସ୍ଥାନୀୟ କିଛି ମହୁଲ ଗୋଟାଳି ଦେଖି ହଷ୍ଟେଲ ମାଲିକଙ୍କୁ ଖବର ଦେଇଥିଲେ ।