ଅନୁଗୋଳ: କରୋନା ସଚେତନତା ନେଇ ଅନୁଗୋଳ ଜିଲ୍ଲା ପରିଷଦର ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳ ମାନଙ୍କରେ କିଭଳି ଏହି ସଚେତନତା ପହଞ୍ଚିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା ।
ଗ୍ରାମାଞ୍ଚଳରେ କରୋନା ସଚେତନତା ନେଇ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ - କରୋନା ସଚେତନତା
କରୋନା ସଚେତନତା ନେଇ ଅନୁଗୋଳ ଜିଲ୍ଲା ପରିଷଦର ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ । ଗ୍ରାମାଞ୍ଚଳ ମାନଙ୍କରେ କିଭଳି ଏହି ସଚେତନତା ପହଞ୍ଚିବ ସେ ନେଇ ବୈଠକରେ ଆଲୋଚନା ।
ଗାଁର ଯେଉଁ ଲୋକମାନେ ରାଜ୍ୟ ତଥା ଦେଶ ବାହାରେ ରହୁଛନ୍ତି ସେମାନେ କିଭଳି ଗାଁକୁ ଫେରିଲେ ପଞ୍ଜିକରଣ କରିବେ ଏବଂ ସେମାନଙ୍କୁ କିଭଳି ସ୍ବତନ୍ତ୍ର ଆଇସୋଲେସନରେ ରଖାଯିବ ସେ ନେଇ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ପଞ୍ଚାୟତ ପ୍ରତିନିଧିମାନେ କିଭଳି ଅଙ୍ଗନବାଡ଼ି ଓ ସ୍ବାସ୍ଥ୍ୟକର୍ମୀଙ୍କ ସହ ସମନ୍ବୟ ରଖିବେ ସେ ନେଇ ଜିଲ୍ଲାପାଳ ଓ ଢେଙ୍କାନାଳ ସାଂସଦ ମହେଶ ସାହୁ ଗୁରୁତ୍ବ ଦେଇଥିଲେ । ଆଜିର ଏହି ସ୍ବତନ୍ତ୍ର ବୈଠକ ଅନୁଗୋଳ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଜିଲ୍ଲା ପରିଷଦର ସମସ୍ତ ସଦସ୍ୟଙ୍କ ସହ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ଆଠମଲ୍ଲିକ ବିଧାୟକ ରମେଶ ସାଏ ଯୋଗ ଦେଇଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ