ଅନୁଗୋଳ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆତ୍ମହୂତି ପାଇଁ ଆସିଥିବା ଜଣେ ବୃଦ୍ଧଙ୍କୁ ଉଠାଇ ନେଲା ପୋଲିସ । ସରକାରୀ ଅଧିକାରୀ ଗରିବ ଆଦିବାସୀ ବୃଦ୍ଧଙ୍କ ଗୁହାରୀ ନଶୁଣିବାରୁ ଆତ୍ମହତ୍ୟା ପାଇଁ ଆସିଥିଲେ ବୃଦ୍ଧ । ଆତ୍ମହୁତି ପାଇଁ ଆସିଥିବା ବୃଦ୍ଧ ଜଣକ ହେଉଛନ୍ତି ହଣ୍ଡପା ଥାନା ନାକଚି ପଞ୍ଚାୟତସ୍ଥିତ ବଡ ଡଙ୍ଗୁଆଣି ଗାଁର ଶଙ୍କର୍ଷଣ ବେହେରା । ଶଙ୍କର୍ଶଣ ଅଭିଯୋଗ ମୁତାବକ ତାଙ୍କର କିଛି ଜମିକୁ ପ୍ରସନ୍ନ ମିଶ୍ର ନାମକ ଜଣେ ବ୍ୟକ୍ତି ହଡପ କରି ନେଇଛନ୍ତି । ସେ ଜଣେ ତଫସିଲ ଭୁକ୍ତ ଉପ ଜାତିର ଲୋକ ହୋଇଥିବା ବେଳେ ତାଙ୍କ ଜମିକୁ ହଡପ କରି ନେଇଥିବା ପ୍ରସନ୍ନ ମିଶ୍ର ସାଧାରଣ ବର୍ଗ ।
ଶଙ୍କର୍ଷଣଙ୍କ ଯେଉଁ ଜମିକୁ ପ୍ରସନ୍ନ ମିଶ୍ର ହଡପ କରିଛନ୍ତି ସେ ଜମି ଜାତୀୟ ରାଜପଥ ପାଇଁ ଅଧିଗ୍ରହଣ ହୋଇଛି । ଯେଉଁ ଜମି ବାବଦକୁ ମିଳିଥିବା ଅର୍ଥ ଶଙ୍କର୍ଷଣକୁ ମିଳୁନାହିଁ । ଯାହା ପାଇଁ ସେ କୋର୍ଟରେ ମାମଲା କରିଥିବା ବେଳ କୋର୍ଟ ତାଙ୍କ ସପକ୍ଷରେ ରାଏ ଦେଇଛନ୍ତି । ଏତେ ସବୁ ପରେ ବି ରାଜପଥ ଜମି ଅଧିଗ୍ରହଣ କାର୍ଯ୍ୟରେ ନିୟୋଜିତ ଭୂ ଅର୍ଜନ ଅଧିକାରୀ ତାଙ୍କ ଦାବି ଶୁଣି ନାହାଁନ୍ତି । ଏନେଇ ବାରମ୍ବାର ଭୂ ଅର୍ଜନ ଅଧିକାରୀଙ୍କ ନିକଟକୁ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ଆଜି ବାଧ୍ୟ ହୋଇ ଶଙ୍କର୍ଷଣ ଆତ୍ମହତ୍ୟା ପାଇଁ ଆସିଥିଲେ ।