ଓଡିଶା

odisha

ETV Bharat / state

ଚାଷୀଙ୍କୁ ସରକାରୀ ସୁବିଧା ଯୋଗାଇବାକୁ ଅଧିକାରୀଙ୍କୁ ବିଧାୟକଙ୍କ ତାଗିଦ

ଚାଷୀମାନେ କିଭଳି ସରକାରୀ ସୁବିଧା ପାଇପାରିବେ ସେନେଇ ଆଜି ଯୋଗାଣ ବିଭାଗ, ମିଲ୍‌ ମାଲିକ ଓ ସମବାୟ ସମିତି ଓ ଅନ୍ୟ ସରକାରୀ ଅଧିକାରୀଙ୍କୁ ଡକାଇ ଆଲୋଚନା କରିଛନ୍ତି ବିଧାୟକ । ଏଥିରେ ଅନୁଗୋଳ ବିଧାୟକ ମାନେ ସରକାରୀ ଅଧିକାରୀମାନଙ୍କୁ ତାଗିଦ କରିଥିବା ଜଣାପଡିଛି ।

By

Published : Jun 6, 2019, 5:30 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ସରକାରୀ ଅଧିକାରୀ ଓ ବିଧାୟକଙ୍କୁ ଘାରିଛି ଚାଷୀ ଚିନ୍ତା । ଚାଷୀମାନେ କିଭଳି ସରକାରୀ ସୁବିଧା ପାଇପାରିବେ ସେନେଇ ଆଜି ଯୋଗାଣ ବିଭାଗ, ମିଲ୍‌ ମାଲିକ ଓ ସମବାୟ ସମିତି ଓ ଅନ୍ୟ ସରକାରୀ ଅଧିକାରୀଙ୍କୁ ଡକାଯାଇ କରାଯାଇଛି ଆଲୋଚନା । ଏଥିରେ ଆନୁଗୋଳ ବିଧାୟକମାନେ ସରକାରୀ ଅଧିକାରୀମାନଙ୍କୁ ତାଗିଦ କରିଛନ୍ତି । ଏହାସହ ରବି ଋତୁରେ ଚାଷୀଙ୍କଠାରୁ ଧାନ କିଣା ଯାଇପାରିବା ସହ ଧାନ କିଣାରେ ଯେପରି କୌଣସି ଅସୁବିଧା ନହୁଏ ସେନେଇ ହୋଇଛି ଆଲୋଚନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଏଥର ଜିଲ୍ଲାରେ ୧୪୭.୦୫୯ ମେଟ୍ରିକ ଟନ ଧାନ କିଣିବାର ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାର ୧୪ଟି ସମବାୟ ସମିତି ମାଧ୍ୟମରେ ଏହି ଧାନ କିଣା ଆସନ୍ତା ୧୦ତାରିଖରୁ ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନ ସୁଧା ଜିଲ୍ଲାରେ ପଞ୍ଜିକୃତ ୮୫୨ ଚାଷୀଙ୍କଠାରୁ ଏହି ଧାନ କିଣା ହେବାର ଲକ୍ଷ ଧାର୍ଯ୍ୟ କରିଛି ।

ତେବେ ବିଭିନ୍ନ ସମୟରେ ମଣ୍ଡିରେ ଧାନ ପଡି ରହିବା ଓ ମିଲରମାନେ କଳାବଜାରୀ କରିବା ଭଳି ଯେଭଳି ଏଥର ନହୁଏ ସେଥିପ୍ରତି ନଜର ଦେବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୀକ୍ଷାରେ ଜିଲ୍ଲାର 4 ବିଧାୟକଙ୍କ ସମେତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳମାନେ ଯୋଗ ଦେଇଥିଲେ ।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details