ଓଡିଶା

odisha

ETV Bharat / state

ଶିକାରୀ ଗୁଳିରେ ଶିକାରୀର ମୃତ୍ୟୁ ଘଟଣା, ୨ ଗିରଫ - ଅନୁଗୁଳରେ ଶିକାରୀ ଗୁଳିରେ ଶିକାରୀର ମୃତ୍ୟୁ

ଶିକାରୀ ଗୁଳିରେ ଶିକାରୀର ମୃତ୍ୟୁ ଘଟଣା । ବାରହା ଶିକାର କରିବାକୁ ଯାଇଥିବା ବେଳେ ଶିକାରୀର ବନ୍ଧୁକ ଗୁଳିରେ ସାଙ୍ଗ ଶିକାରୀର ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ରୋହିରା ଗ୍ରାମର ରୁଗୁଡ଼ି ସାହିରେ। ଅଧିକ ପଢ଼ନ୍ତୁ

ଶିକାରୀ ଗୁଳିରେ ଶିକାରୀର ମୃତ୍ୟୁ, ୨ ଗିରଫ
ଶିକାରୀ ଗୁଳିରେ ଶିକାରୀର ମୃତ୍ୟୁ, ୨ ଗିରଫ

By

Published : Dec 14, 2022, 4:37 PM IST

ଶିକାରୀ ଗୁଳିରେ ଶିକାରୀର ମୃତ୍ୟୁ, ୨ ଗିରଫ

ଅନୁଗୋଳ :ବାରହା ଶିକାର କରିବାକୁ ଯାଇଥିବା ବେଳେ ଶିକାରୀର ବନ୍ଧୁକ ଗୁଳିରେ ସାଙ୍ଗ ଶିକାରୀର ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ରୋହିରା ଗ୍ରାମର ରୁଗୁଡ଼ି ସାହିରେ । ଗତକାଲି(ମଙ୍ଗଳବାର) ରାତିରେ ରୋହିରା ଗ୍ରାମର 4 ଜଣ ସାଙ୍ଗ ବିଜୟ କାଣ୍ଡିଆନ, ଚୈତନ ବୋଇତା, ବଳଭଦ୍ର ଜାମୁଦା ଓ ରବି ପୂର୍ତ୍ତି ମିଶି ବାରହା ଶିକାର କରିବାକୁ ପାଖ ଜଙ୍ଗଲକୁ ଯାଇଥିଲେ ।

ସେହି ସମୟରେ ବାରହା ଦୌଡ଼ିଯିବାର ଦେଖି ବିଜୟ କାଣ୍ଡିଆନ ଗୁଳି ଫୁଟାଇଥିଲା। ମାତ୍ର ଗୁଳିଟି ବାରହା ଦେହରେ ନବାଜି ସାଥି ଶିକାରୀ ରବି ପୂର୍ତ୍ତିର ଛାତିରେ ବାଜିଥିଲା । ଫଳରେ ଘଟଣା ସ୍ଥଳରେ ରବିଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହି ଘଟଣାପରେ ବିଜୟ ଭୟଭୀତ ହୋଇ ଫେରାର୍ ହୋଇଯାଇଥିଲା ।

ଅନ୍ୟ ଦୁଇ ସାଥୀ ଚୈତନ ଓ ବଳଭଦ୍ର ଗାଁକୁ ଫେରି ଘଟଣା ସମ୍ପର୍କକରେ ଖବର ଦେଇଥିଲେ । ପରେ ଖମାର ଥାନାକୁ ସୂଚନା ଦେଇଥିଲେ । ଖମାର ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ ସମସ୍ତଙ୍କୁ ପଚରାଉଚୁରା କରିବାସହ ଦୁଇ ଶିକାରୀଙ୍କୁ ଗିରଫ କରିଥିଲା । ହେଲେ ଏବେ ବି ମୁଖ୍ୟ ଅଭିଯୁକ୍ତ ବିଜୟ କାଣ୍ଡିଆନ ଫେରାର ରହିଛି । ତେବେ ମୃତକଙ୍କ ବାପା ପୁଅକୁ ଜୋର ଜବରଦସ୍ତ ଡାକି ନେଇଁ ଜାଣି ଶୁଣି ବିଜୟ ହତ୍ୟା କରିଛି ବୋଲି ପୋଲିସ ଆଗରେ ଅଭିଯୋଗ କରିଛନ୍ତି ।

ଏହାମଧ୍ୟ ପଢ଼ନ୍ତୁ.ଶିକାରୀ ଗୁଳିରେ ଶିକାରୀର ମୃତ୍ୟୁ !

ଏସମ୍ପର୍କରେ ପୋଲିସ କହିଛି ଯେ ଘଟଣାର ତଦନ୍ତ ଚାଲିଛି । ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡିବ । ତେବେ ଗିରଫ ଯୁବକ ଦୁଇ ଜଣ ହେଲେ ଚୈତନ ବୋଇତା ଓ ବଳଭଦ୍ର ଜାମୁଦା । ସେପଟେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି । ସୂଚନାନୁସାରେ ଗତକାଲି ସମ୍ବଲପୁରରେ ମଧ୍ୟ ଜଣେ ଶିକାରୀର ଗୁଳିରେ ଆଉଜଣେ ଶିକାରୀର ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣା ଘଟିବାର ୨୪ ଘଣ୍ଟା ନପୂରୁଣୁ ଆଜି ପୁଣି ଆଉ ଏକ ସମାନ ଘଟଣା ସାମ୍ନାକୁ ଆସିଛି ।

ଏ ସମ୍ପର୍କରେ ମୃତ ରବି ପୂର୍ତ୍ତିଙ୍କ ବାପା କହିଛନ୍ତି '' ରାତି ପାହିଲେ ହୋଇଥାନ୍ତା ମୋ ପୁଅର ବାହାଘର । ଘରକୁ ଆସିଥାନ୍ତା ନୂଆବୋହୁ । ହେଲେ ସବୁ କିଛି ସାରିଦେଲା ବିଜୟ କାଣ୍ଡିଆନ । ମୋ ପୁଅକୁ ବିଜୟ ଜାଣିଶୁଣି କି ହତ୍ୟା କରିଛି । କାରଣ ମୋ ପୁଅ ସହ ବିଜୟ ସବୁ ବେଳେ ଗଣ୍ଡଗୋଳ କରିଥାଏ । ବନ୍ଧୁକ ମଧ୍ୟ ମୋ ପୁଅ ଉପରକୁ ସେ ଜାଣିଶୁଣି ଚଳାଇଛି । ମୋ ପୁଅ କାହାସହ ଏତେ ମିଶେନି । ଯିଏ ଯାହା କହେ ସବୁ ଶୁଣେ । କାଲିମଧ୍ୟ ତାକୁ ତାର ଏହି ୩ଜଣ ସାଙ୍ଗ ଆସି ଘରୁ ଜବରଦସ୍ତି ଜଙ୍ଗଲକୁ ବାରହା ଶିକାରପାଇଁ ନେଇଯାଇଥିଲେ । ହେଲେ ଆଜି ସକାଳୁ ମୋ ପୁଅର ମୃତ୍ୟୁ ହୋଇଥିବା ନେଇ ତା ସାଙ୍ଗମାନେ ଆସି କହୁଛନ୍ତି । ତେବେ ବିଜୟ ବନ୍ଧୁକରୁ ଫୁଟିଥିବା ଗୁଳିରୁ ହିଁ ମୋ ପୁଅ ରବିର ମୃତ୍ୟୁ ହୋଇଥିବା ନେଇ କୋହଭରା କଣ୍ଠରେ କହୁଛନ୍ତି ମୃତ ରବି ପୂର୍ତ୍ତିର ବାପା ।''

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details